ମୃତ୍ୟୁ, ଧନ, କ୍ଷମତା

ସିଭିଲ୍‌ ସର୍ଭିସ ବୃତ୍ତିର ମୋହ ଅଧିକାଂଶ ଭାରତୀୟଙ୍କୁ ଏମିତି ଘାରିଛି ଯେ, ପିଲା ଟିକେ ଭଲ ମାର୍କ ରଖିଲେ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ସେମାନଙ୍କୁ ଏଭଳି ମାର୍କାଦିଆ ପଦବୀ ପାଆନ୍ତୁ ବୋଲି ଆଶା କରୁଛନ୍ତି। ଜୀବନରେ ସ୍ବପ୍ନ ପୂରଣ କରିପାରି ନ ଥିବା ଅଭିଭାବକ ବର୍ଗ ପିଲାମାନଙ୍କ ମଧ୍ୟରେ ତାହାକୁ ସାକାର କରିବା ଦିଗରେ ଲାଗି ପଡ଼ୁଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏଇ ଯେମିତି ନିର୍ବାଚନ ଆସିଲେ ଅନେକ ସମୟରେ ଶୁଣିବାକୁ ମିଳିଥାଏ ‘ମୁଁ ମୋ ନେତା ବା ମାତାପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି’। ଏଠି ଦଳର ନେତା କିମ୍ବା ରାଜନୀତିରେ ନିଜ ମାତାପିତା ସ୍ବର୍ଗବାସ କରିଥିଲେ ସେମାନଙ୍କ ଦାୟାଦଙ୍କ ମୁହଁରେ ଏଭଳି ଭାଷା ପୂରାଇ ଦିଆଯାଇ ନିର୍ବାଚନ ସଫଳତା କାମନା କରାଯାଇଥାଏ। କ୍ୱଚିତ ଶୁଭାକାଂକ୍ଷୀ ଥିବେ ଯେଉଁମାନେ ନୂଆ କରି କ୍ୟାରିୟର ଗଢ଼ିବାକୁ ଯାଉଥିବା ଆଶାୟୀଙ୍କୁ ଆଶ୍ୱାସନା ଦେଉଥିବେ ଯେ ‘ତୁ ତୋ ଦକ୍ଷତା ଅନୁଯାୟୀ ଯାହା ହେବାକୁ ଚାହୁଁଛୁ, ତା’ କର’। ଏଠି ଗୋଟେ କଥା ବରିଷ୍ଠ ବର୍ଗଙ୍କୁ କୁହାଯାଇପାରେ-ପିଲାମାନଙ୍କୁ ନିଜ ଭବିଷ୍ୟତ ନିଜେ ନିର୍ଣ୍ଣୟ କରିବାକୁ ଛାଡ଼ିଦିଆଯିବା ଉଚିତ।
ଏହି ସ୍ତମ୍ଭର ଏଭଳି ଉପକ୍ରମଣିକା ଅବତାରଣା ପଛରେ ଉତ୍ତର ପ୍ରଦେଶର ବିଜ୍‌ନୌର ଜିଲାରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୟାର୍ଥୀ ୩ ନଭେମ୍ବରରେ ଗଙ୍ଗା ନଦୀକୁ ଡେଇଁ ପଡ଼ିବା ଘଟଣାକୁ ଦର୍ଶାଉଛି। ୨୪ ବର୍ଷୀୟା ଲଳିତା ସିଂ ତାଙ୍କ ୧୩ ବର୍ଷୀୟା ଭଉଣୀଙ୍କ ସହ ଗଙ୍ଗା ବ୍ୟାରେଜ୍‌ ନିକଟକୁ ପ୍ରାତଃଭ୍ରମଣରେ ଯାଇଥିଲେ। ଭଉଣୀଙ୍କୁ ଫାଟକ ନମ୍ବର ୨୪ରେ ଅପେକ୍ଷା କରିବାକୁ କହି ତତ୍‌କ୍ଷଣାତ୍‌ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ତାଙ୍କୁ ଖୋଜାଖୋଜି କରାଯିବା ପରେ ସେ ମିଳି ନ ଥିଲେ। ଲଳିତାଙ୍କ ଏଭଳି ପଦକ୍ଷେପ ନେବା ସଂକ୍ରାନ୍ତରେ ତାଙ୍କ ପିତା କହିଛନ୍ତି ଯେ, ଝିଅ ଚଳିତ ବର୍ଷକୁ ମିଶାଇ ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ଥର ପାଇଁ ଅକୃତକାର୍ଯ୍ୟ ହୋଇଥିଲେ। ପିତାଙ୍କ ଏତକ ସୂଚନା ଅନେକ କିଛି ବିଷୟକୁ ଦର୍ଶାଉଛି। ଆମେ ଏଠାରେ ବସି ପ୍ରକୃତ କାରଣ କହିବା କଷ୍ଟକର। କିନ୍ତୁ ପିତାଙ୍କ ପ୍ରତିକ୍ରିୟାକୁ ତର୍ଜମା କଲେ ନିଶ୍ଚିତ ଭାବେ ତାଙ୍କ ଝିଅ ସିଭିଲ୍‌ ସର୍ଭିସ ପ୍ରସ୍ତୁତି ଚାପରେ ରହିଆସିଥିବା ବୁଝାପଡ଼ୁଛି। ଆଇଆଇଟି କାନପୁରରୁ ଏମ୍‌ଟେକ୍‌ କରିଥିବା ଲଳିତା ନିଶ୍ଚିତ ଭାବେ ଜଣେ ମେଧାବୀ ଛାତ୍ରୀ। ଦୁଃଖର ବିଷୟ ଯେ ଲଳିତା ନିଜ ଜୀବନ ନେବା ସହିତ ଅନ୍ୟ ଜଣେ ଅଜଣା ପିଲାର ଆଇଆଇଟି ସ୍ବପ୍ନକୁ ଭାଙ୍ଗିଥିବେ। ଏଭଳି ସ୍ଥଳେ ଆଇଆଇଟି ଭଳି ଉଚ୍ଚ ଇଞ୍ଜିନିୟରିଂ ପ୍ରତିଷ୍ଠାନରୁ କୃତିତ୍ୱ ଅର୍ଜନ କରିଥିବା କିମ୍ବା ଡାକ୍ତରୀ ପାଠ ପଢ଼ିଥିବା ବିଦ୍ୟାର୍ଥୀଙ୍କୁ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବାକୁ ବାରଣ କରାଯିବା ଦରକାର। ଏହା ବିରୋଧରେ ଯଦି ନାଗରିକର ସ୍ବାଧୀନତା ପ୍ରଶ୍ନ ଉଠେ ସେଭଳି ଛାତ୍ରୀଛାତ୍ର ସମ୍ପୃକ୍ତ ଅନୁଷ୍ଠାନକୁ ବିପୁଳ ପରିମାଣର ଆର୍ଥିକ କ୍ଷତିପୂରଣ ଦେବା ଲାଗି ନାମଲେଖା ସମୟରେ ଚୁକ୍ତି କରାଯିବା ଆବଶ୍ୟକ।
ସମସ୍ତେ ଜାଣନ୍ତି ଭାରତରେ ସିଭିଲ ସର୍ଭିସକୁ ଅତି ମାତ୍ରାରେ ଗ୍ଲୋରିଫାଏ ବା ମହିମାମଣ୍ଡିତ କଲା ଭଳି ଉଚ୍ଚ ସ୍ତରକୁ ନିଆଯାଇଥିବାରୁ ସେଥିପ୍ରତି ଆକର୍ଷଣ ଯଥେଷ୍ଟ ରହିଛି। ଦେଖିବାକୁ ଗଲେ କମ୍ବଳ ତଳେ ରହିଥିବା ସତ୍ୟତାକୁ ବୁଝିବା ଦରକାର। ଏହା ଆଜିର ଭାରତରେ କାହାଠାରେ ଲୁକ୍କାୟିତ ନାହିଁ। ସିଭିଲ ସର୍ଭିସ ଅର୍ଥାତ୍‌ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଇତ୍ୟାଦି ତିନି ଅକ୍ଷରିଆ ପଦବୀ ହାସଲ ପାଇଁ ମାତାପିତା ଏବଂ ପରିବାରବର୍ଗ ପିଲାଙ୍କୁ ବାଧ୍ୟ କରିବା ପଛରେ ମୂଳ କାରଣ ହେଲା ଅପର୍ଯ୍ୟାପ୍ତ ଅର୍ଥ ଓ କ୍ଷମତା। ସମସ୍ତେ ବୁଝିଲେଣି ଯେ ସରକାରୀ କ୍ଷମତା ପାଇଲେ ସ୍ବାଭାବିକ ଭାବେ ଓ ଆପଣାଛାଏଁ ଅର୍ଥ ମାଡ଼ିଆସିବ। ସମଗ୍ର ପରିବାର ସବୁ ପ୍ରକାର ସୁବିଧାସୁଯୋଗ ପାଇବା ସହିତ ଅତି ଶୀଘ୍ର ଧନୀ ହୋଇଯାଇ ପାରିବେ। ଅବସର ନେଲାବେଳକୁ ସେହି ଅଫିସର ତୁନି ହୋଇ ଘରେ ବସିବାର ପ୍ରୟୋଜନ ନ ଥାଏ। ଯେକୌଣସି ରାଜନୈତିକ ଦଳର କବାଡ଼ ବାଡ଼େଇଲେ ରାଜ୍ୟ ସଭା ହେଉ କିମ୍ବା ଅନ୍ୟ କୌଣସି ପଦବୀ ଥୁଆ ରହିଥାଏ। କାର୍ଯ୍ୟକାଳ ସମୟରେ ଯଦି ବଡ଼ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ, ତେବେ ଅବସର ପରେ ସେହି କମ୍ପାନୀ ଯାଚିକରି ଚାକିରି ଦେଇଥାଏ। ସରକାରୀ ଅଫିସରଙ୍କ କ୍ଷମତା ସମଗ୍ର ଭାରତବର୍ଷରେ ଏକ ବିଶେଷ ମାନସିକତା ପୋଷଣ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଆକର୍ଷଣୀୟ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, “ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri