ପୁଣି ବଢ଼ିଲା ମୃତକଙ୍କ ସଂଖ୍ୟା, କମିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୨୬୪ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୭୧୩ ଥିଲା । ତେବେ ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ମୃତକଙ୍କ ସଂଖ୍ୟା ପୁଣି ବଢ଼ିିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୩୮୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୯୭ ହଜାର ୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୫ ଲକ୍ଷ ୫୫ ହଜାର ୨୪୮ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ କୋଟି ୭୮ ଲକ୍ଷ ୬୦ ହଜାର ୩୧୩ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟିରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri