୧୦ବର୍ଷ ପରେ ହେଲା ଦଶାହ କର୍ମ

ଧୋଡ୍ରା, ୧।୪(ଡି.ଏନ୍‌.ଏ.): ଦଶବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ସଦର ଗାଁର ଅସମନ କଲାର। ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଫେରିବାର ଆଶା ଛାଡ଼ି ସ୍ତ୍ରୀ ଭଗବତୀ ହାତରୁ ଶଙ୍ଖା ଓ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଛନ୍ତି। ପରିବାର ଲୋକେ ଶୁକ୍ରବାର ଅସମନଙ୍କ ଦଶାହ କର୍ମ କରିଛନ୍ତି।
ଧାମନାଗୁଡ଼ାର ଅସମନଙ୍କର ସ୍ତ୍ରୀ ଭଗବତୀ, ୨ ପୁଅ ଏବଂ ୫ଟି ଝିଅ। କାମ ନ ମିଳିବାରୁ ପେଟକୁ ଦାନା ଯୋଗାଇବା ପାଇଁ ୨୦୧୩ରେ ଶାଳକ ମଙ୍ଗରା କଲାରଙ୍କ ସହ ଦାଦନ ଖଟିବାକୁ ଘରୁ ବାହାରିଥିଲେ। ଉଭୟେ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଯାଇଥିଲେ। ସେଠାରୁ ଅସମନଙ୍କୁ କାମ ଯୋଗାଉଥିବା ମାଲିକ ଆସି ନେଇଗଲେ। ସେହି ଦିନଠାରୁ ଅସମନଙ୍କ ସହ ମଙ୍ଗରାଙ୍କ ଦେଖା ସାକ୍ଷାତ ହୋଇନାହିଁ। ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଅସମନଙ୍କ କିଛି ଖୋଜ ଖବର ନ ଥିବା କହିଥିଲେ। ବାରମ୍ବାର ଅସମନଙ୍କୁ ଖୋଜିବାକୁ ଯିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ପରବର୍ତ୍ତୀ ସମୟରେ ଘଟଣାର ୩ବର୍ଷ ପରେ ଡାବୁଗାଁ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ଏହା ମଧ୍ୟରେ ୧୦ବର୍ଷ ବିତିଗଲା। ୧୦ ବର୍ଷ ପରେ ପୁଣିଥରେ ଅସମନକୁ ଖୋଜି ଆଣିବାକୁ ମଙ୍ଗରାଙ୍କୁ କୁହାଯାଇଥିଲା। ସେ କିନ୍ତୁ ଖୋଜି ପାରିବେ ନାହିଁ ବୋଲି ସ୍ପଷ୍ଟଭାବେ କହିଥିଲେ। ପରେ ଅସମନଙ୍କ ପରିବାର ପକ୍ଷରୁ ତାଙ୍କ ସମାଜର ସଭା ବସିଥିଲା। ନିଖୋଜର ୧୦ ବର୍ଷ ବିତିଯାଇଥିବାରୁ ଅସମନଙ୍କୁ ମୃତ ଭାବି ତାଙ୍କର ଦଶାହ କାର୍ଯ୍ୟ କରାଯିବ। ଯଦି ଭବିଷ୍ୟତରେ ଅସମନ ଘରକୁ ଫେରିଆସନ୍ତି ତା’ହେଲେ ଭଗବତୀଙ୍କ ସହ ତାଙ୍କର ପୁନଃ ବିବାହ କରାଯିବ ବୋଲି ସମାଜ ପକ୍ଷରୁ ନିଷ୍ପତ୍ତି ନିଆଗଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଶୁକ୍ରବାର ଅସମନଙ୍କ ଦଶାହ କାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri