ପରପାରିରେ କଳାର ପୂଜାରୀ କରୁଣାକର

ପାଟଣା,୨୫ା୧(ବୀରକିଶୋର ଦାଶ):  କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମ ଶାସନ ଜଣାଶୁଣା ତବଲା, ହାର୍‌ମୋନିୟମ, ସଙ୍ଗୀତ, ଓଡ଼ିଶୀ ଓ ନୃତ୍ୟଗୁରୁ ଓ ନିର୍ଦ୍ଦେଶକ କରୁଣାକର ଦାଶ (୬୩)ଙ୍କ ଶୁକ୍ରବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ହୃଦଘାତରେ ପରଲୋକ ଘଟିଛି। ସେ କରଞ୍ଜିଆ ଶାସନରେ ଅବସ୍ଥାନ କରୁଥିଲେ। ଜନ୍ମ ଭୂମି ସ୍ବାମ୍‌ ହୋଇଥିବା ବେଳେ କର୍ମସ୍ଥଳୀ ମୟୂରଭଞ୍ଜ ଜିଲା କରଞ୍ଜିଆ ଥିଲା। ଶୁକ୍ରବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ସ୍ଥାୟୀ ଅଧ୍ୟକ୍ଷ ଥିଲେ। ଏଥି ସହ ସେ ପଲ୍ଲବୀ ନାଟ୍ୟ ଅନୁଷ୍ଠାନର ଅନ୍ୟତମ ସାରଥୀ ଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କ କାଳାକୁ ସ୍ବୀକୃତି ପୂର୍ବକ ବହୁ ଅନୁଷ୍ଠାନ ବିଭିନ୍ନ ସମୟରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କଠାରୁ ଶିକ୍ଷା ଲାଭ କରିଥିବା ଛାତ୍ରୀଛାତ୍ର ଆଜି ରାଜ୍ୟ ଓ ରାଜ୍ୟ ବାହାରେ ଲବ୍ଧ ପ୍ରତିଷ୍ଠିତ ହୋଇଛନ୍ତି। କରୁଣାକର ଅବିବାହିତ ଥିଲେ। ବିଶେଷକରି ମୟୂରଭଞ୍ଜ ଓ କରଞ୍ଜିଆ ଜିଲାର କଳା ସଂସ୍କୃତି ବିକାଶରେ ବିନ୍ଧାଣି ଥିଲେ। ଶନିବାର ପୂର୍ବାହ୍ନରେ କରଞ୍ଜିଆ ଦେଓ ନଦୀ କୂଳରେ ଶୋକାକୁଳ ପରିବେଶରେ ତାଙ୍କ ପାର୍ଥିବ ଶରୀରର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁତୁରା ସୁମନ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସମୟରେ ଭାଇ ହରପ୍ରସାଦ, ପ୍ରସନ୍ନ, ପ୍ରଦୀପ, ତପନ, ସରୋଜ, ତରୁଣ, ଭାଇବୋହୂ, ପୁତୁରା, ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। କରୁଣାଙ୍କ ଅଗଣିତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। କରଞ୍ଜିଆ ଏନ୍‌ଏସି ଅଧ୍ୟକ୍ଷା ପପି ପୃଷ୍ଟି , ଉପାଧ୍ୟକ୍ଷ ସ୍ବରୂପ ପରିଜା, ଚଳଚ୍ଚିତ୍ର ଅଭିନେତା ଉମାଶଙ୍କର ସାହା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଗିରିଧାରୀ ପୃଷ୍ଟି, ଭୁବନ ବିହାରୀ ସାହୁ, ବାଞ୍ଚାନିଧି ପୃଷ୍ଟି, ବିଶିଷ୍ଟ ତବଲା ବାଦକ ଗୋଲକ ବିହାରୀ ନାଏକଙ୍କ ସହ କଳା ଓ ରାଜନୀତି ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଫିଲ୍ମ ଅଭିନେତା ଉମାଶଙ୍କର ଶାହା କହିଛନ୍ତି, ଓଡ଼ିଶା ଜଣେ କଳା ପ୍ରତି ସମର୍ପିତ ଥିବା ବ୍ୟକ୍ତିଙ୍କୁ ହରାଇଲା। ମୟୂରଭଞ୍ଜ, କେନ୍ଦୁଝର ଓ ଓଡ଼ିଶା ପାଇଁ ଏହା ଅପୂରଣୀୟ କ୍ଷତି। ସେହିଭଳି ଭାଜପା କେନ୍ଦୁଝର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏକ ଉଜ୍ଜ୍ବଳ ଦୀପର ଆବର୍ତ୍ତମାନରେ ମୁଁ ଗଭୀର ଭାବେ ମର୍ମାହତ। ପାଟଣା ମାଟିର ସୁଯୋଗ୍ୟ ସନ୍ତାନ, କଳାର ସାଧକ, କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଆଦରଣୀୟ କରୁଣାକର ଦାଶଙ୍କ ନିଧନ ଆଜି ଆମ ମାଟିକୁ ଗଭୀର କ୍ଷତି ପହଞ୍ଚାଇଛି। ଉତ୍ତର ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ବିକାଶରେ ଏକ ମେରୁଦଣ୍ଡ ହୋଇ ଛିଡ଼ା ହୋଇଥିଲ। ତାଙ୍କ ଦେହାନ୍ତରେ କେନ୍ଦୁଝର ଏମ୍‌ପି ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ପଦ୍ମଚରଣ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତି୍ୟକ ଜଗନ୍ନାଥ ଦାଶ, ପାଟଣା ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ ପ୍ରମୁଖ ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri