ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ

ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଓ ପରିବାର ବର୍ଗ ଜିଲାପାଳଙ୍କ ନାମରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଶୁକ୍ରବାର ହାଇକୋର୍ଟ ଏହି ମାମଲାରେ ଲଗାଯାଇଥିବା ସମସ୍ତ ଦଫା ମିଥ୍ୟା ବୋଲି ପ୍ରକାଶ କରି ତତ୍କାଳୀନ ଜିଲାପାଳଙ୍କ ସହ ମାଲକାନଗିରି ଜିଲାର ଅନ୍ୟ କର୍ମଚାରୀଙ୍କ ବିରୋଧରେ ଲାଗିଥିବା ସବୁ ମାମଲାରୁ ସେମାନଙ୍କୁ ମୁକ୍ତ କରିଛନ୍ତି।
ଗତ ୨୦୧୯ ଡିସେମ୍ବର ୨୬ ତାରିଖରେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ପଣ୍ଡାଙ୍କ ମୃତଦେହ ମାଲକାନଗିରି ସଦର ମହକୁମାସ୍ଥିତ ସତୀଗୁଡା ଜଳଭଣ୍ଡାରରୁ ମିଳିଥିଲା । ସେ ଏହି ଜଳଭଣ୍ଡାରରେ ବୁଡି ମୃତ୍ୟୁବରଣ କରିଥିଲେ। ତେବେ ଏହାକୁ ନେଇ ତାଙ୍କ ସ୍ତ୍ରୀ ବନଜା ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଏବଂ ଏଥିରେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲଙ୍କ ସମ୍ପୃକ୍ତି ଅଛି ବୋଲି ଦାବି କରି ଜିଲପାଳଙ୍କ ସହ ଅନ୍ୟ କେତେକ କର୍ମଚାରୀଙ୍କ ନାମରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ଏହି ମାମଲା ଦୀର୍ଘ ୪ ବର୍ଷ ହେଲା ବିଚାରାଧୀନ ଥିଲା। ଏବେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲ ଓ ତାଙ୍କ କର୍ମଚାରୀଙ୍କ ଉପରେ ଲାଗିଥିବା ସମସ୍ତ ଦଫା ମିଥ୍ୟା ବୋଲି ହାଇକୋର୍ଟ ଘୋଷଣା କରିବା ସହ ଜିଲାପାଳ ଓ କର୍ମଚାରୀଙ୍କ ଉପରେ ଲାଗିଥିବା ଦଫାଗୁଡିକ ରଦ୍ଦ କରିଦେଇଛନ୍ତି। ଏହି ଖବର ପାଇବା ପରେ କର୍ମଚାରୀମାନେ ଖୁସି ପ୍ରକଟ କରିବା ସହ ସତ୍ୟର ଜୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri