ବଲାଙ୍ଗୀର,୨୨।୯(ସୁନୀଲ ମହାନ୍ତି): ଦାଉ ସାଧିଲା ଦଇବ। ଏକାସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର। ବଜ୍ରପାତରେ ପ୍ରାଣ ହରାଇଲେ ଶଳା ଭିଣୋଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଡୁଡୁକାମାଲ ଗ୍ରାମରେ।
ସୂଚନାଯୋଗ୍ୟ, ଗାଧୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ଶଳା ଭେଣୋଇଙ୍କର ମୃତ୍ୟୁ ଘଟିଛି। ସୋମବାର ମାଲପଡା ଗାଁର ଟିକେଶ୍ୱର ମାଝୀ ଓ ଲାଠୋର ଥାନା ସାହାଜପାଣି ଗାଁର ଦିଲୀପ ମାଝୀ ଦୁଇଜଣ ମିଶି ଡୁଡୁକାମାଲ ଗାଁର ସୁରୁମା ଖାଦାନ ନିକଟକୁ ଗାଧୋଇବାକୁ ଯାଇଥିଲେ। ହଠାତ ବର୍ଷା ହେବାରୁ ନିକଟରେ ଥିବା ଏକ ଗଛରେ ମୂଳରେ ଛିଡାହୋଇଥିବା ବେଳେ ହଠାତ୍ ବଜ୍ରପାତ ହେବା ଯୋଗୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀପ ଶ୍ୱଶୂରଘର ମାଲପଡାକୁ ଆସିଥିବା ବେଳେ ଶଳା ଭେଣେଇ ମିଶିକି ଘଧୋଇବାକୁ ଯାଇଥିଲା ବେଳେ ଏଭଳି କାଣ୍ଡ ଘଟିଥିଲା।