କୋଭିଡ୍‌ ଟିକା ପରେ ମୃତ୍ୟୁ

ତରବୋଡ଼/ନୂଆପଡ଼ା ଅଫିସ, ୨୭।୧: କୋଭିଡ୍‌ ଟିକା କୋଭାକ୍ସିନ ନେବାର ୨ ଦିନ ପରେ ଜଣେ ହସ୍ପିଟାଲ ସୁରକ୍ଷା କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ କରି ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)। ଟିକା ଯୋଗୁ ହିଁ ନାନକରାମଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେଣୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ନାନକରାମଙ୍କ ପରିବାରବର୍ଗଙ୍କ ସହ ଡାକ୍ତରଖାନାରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇଥିଲେ। ଆଉ ଜଣେ ସୁରକ୍ଷା କର୍ମଚାରୀ ରାଜଶ୍ରୀ ତାଣ୍ଡି ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ନୂଆପଡ଼ା ମୁଖ୍ୟ ଚିକିତ୍ସା ଅଧିକାରୀ କାଳିପ୍ରସାଦ ବେହେରା କହିଛନ୍ତି ଯେ, ପରିବାର ଲୋକେ କରୋନା ଟିକା ଦେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ଘଟିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଅନ୍ୟପକ୍ଷେ ଜିଲା କୋଭିଡ୍‌ ଟିକାକରଣ କାର୍ଯ୍ୟକମର ମୁଖପାତ୍ର ବିନୋଦ ବିହାରୀ ରଥ କହିଛନ୍ତି ଯେ, ଟିକା ପାଇଁ ମୃତ୍ୟୁ ହୋଇନାହିଁ। ମୃତ ଯୁବକଙ୍କ ରକ୍ତହୀନତା ହେତୁ ରକ୍ତବାନ୍ତି ହୋଇଥିଲା। ତାଙ୍କୁ ଜିଲା ସ୍ବସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ରକ୍ତ ମଧ୍ୟ ଦିଆଯାଇଥିଲା ବୋଲି ରଥ କହିଛନ୍ତି।
ସଦର ଥାନା ଟାନୱାଟ ପଞ୍ଚାୟତ ଦିଆନମୁଣ୍ଡା ଗାଁର ନାନକରାମ ଗତ ୨ ମାସ ହେଲା ନୂଆପଡା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ। ଗତ ୨୩ ତାରିଖରେ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନାନକରାମ କୋଭାକ୍ସିନ ଟିକା ନେଇଥିଲେ। ପୂର୍ବରୁ ତାଙ୍କର କିଛି ରୋଗ ଜଣା ପଡୁ ନ ଥିଲା। ଟିକା ନେବାଦିନଠାରୁ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଅସୁସ୍ଥ ଅନୁଭବ କରିଥିଲେ ମଧ୍ୟ ଡ୍ୟୁଟି କରୁଥିଲେ। ସୋମବାର ଡ୍ୟୁଟି ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କେତେଜଣ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରକ୍ତବାନ୍ତି ହେବାରୁ ଡାକ୍ତର ତାଙ୍କୁ ଶୀଘ୍ର ବୁର୍ଲା ବଡ଼ ଡାକ୍ତରଖାନା ନେବାକୁ କହିଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ନୂଆପଡ଼ା ପହଞ୍ଚତ୍ବା ପରେ କ୍ଷତିପୂରଣ ନ ମିଳିବା ଯାଏ ବ୍ୟବଚ୍ଛେଦ କରାଇ ଦେବୁ ନାହିଁ ବୋଲି ନାନକରାମଙ୍କ ପରିବାରବର୍ଗ, ସୁରକ୍ଷା କର୍ମଚାରୀ ସଂଘ ଓ କେତେଜଣ ସାମାଜିକ କର୍ମୀ ଧାରଣା ଦେଇଥିଲେ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ପହଞ୍ଚତ୍ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଓ ସିକ୍ୟୁରିଟି ସଂସ୍ଥାରୁ ୨୫ ହଜାର ଟଙ୍କା ପରିବାର ଲୋକଙ୍କୁ ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଅନ୍ୟପକ୍ଷରେ ନାନକରାମଙ୍କ ରକ୍ତହୀନତା ଯୋଗୁ ମୃତ ହୋଇଛି ବୋଲି ଡାକ୍ତର କହୁଥିବା ବେଳେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଯଦି ସେ ରୋଗରେ ପୀଡ଼ିତ ଥିଲେ, ତେବେ କାହିଁକି ବିନା ଚେକଅପ୍‌ରେ ଟିକା ଦିଆଗଲା ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ, ନାନକରାମଙ୍କ ବିବାହ ଆସନ୍ତା ଫେବୃୟାରୀ ୧୯ରେ ହେବାକୁ ସ୍ଥିର ହୋଇଥିଲା ବୋଲି ତାଙ୍କ ବଡ଼ଭାଇ ରୋହିତ କେଉଁଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri