ମିଛର ମୁକାବିଲା କର: ନବୀନ

ଭୁବନେଶ୍ୱର,୧୬।୧୨(ଅନିଲ ଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବନାହିଁ। ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ନୂଆ ଓ ସଶକ୍ତ ଓଡ଼ିଶା ଗଢ଼ିବା। ସମସ୍ତେ କହୁଛନ୍ତି ବିଜେଡି ସବୁଠାରୁ ସଫଳ ଆଞ୍ଚଳିକ ଦଳ। କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜେଡି ହେଉଛି ଦେଶର ସବୁଠାରୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ। ଏହି ଦଳର ମୂଳମନ୍ତ୍ର ସେବା। ବିଜୁବାବୁଙ୍କ ଆଦର୍ଶରେ ସେବା ମନୋଭାବ ନେଇ କାମ କରିଚାଲିଛୁ। ଏଥିପାଇଁ ଓଡ଼ିଶାବାସୀ ଆଶୀର୍ବାଦ ଦେଇଛନ୍ତି। ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ଼ ଦାୟିତ୍ୱ। ଏହି ଦାୟିତ୍ୱକୁ ଠିକ୍‌ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ କର୍ମୀ ଓ ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି। କେତେଜଣ ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି। ମୁଁ କହିବାକୁ ଚାହେଁ ଯେ ନିର୍ବାଚନ ପ୍ରସ୍ତୁତି ନୁହେଁ, ଆମେ ଲୋକଙ୍କ କାମରେ ଓ ସେବାରେ ବିଶ୍ବାସ କରୁ। ଇତିହାସ କେବେ ଏତେବଡ଼ ରୂପାନ୍ତରଣ ଦେଖି ନ ଥିଲା। ଆପଣମାନେ ହେଉଛନ୍ତି ରୂପାନ୍ତରଣର ଅଂଶ ଏବଂ ଏହାର ସାକ୍ଷୀ। ମଠ, ମନ୍ଦିର, ସ୍କୁଲ, କଲେଜ, ହସ୍ପିଟାଲ, ଜଳସେଚନ,ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା, ଜନଜାତି କଲ୍ୟାଣ ଆଦି ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡ଼ିଶାର ରୂପାନ୍ତର। ଓଡ଼ିଶା ଦେଶର କ୍ରୀଡ଼ା କ୍ୟାପିଟାଲ ହେବା ସହ ପୁଞ୍ଜିନିବେଶ କ୍ଷେତ୍ରରେ ବିପୁଳ ସୁଯୋଗ, ଦକ୍ଷତା ବିକାଶ, ମହିଳା ଓ ଚାଷୀମାନଙ୍କ ସଶକ୍ତୀକରଣ ସବୁ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାବାସୀ ଏତେବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ। ଦଳ ମହିଳା ସଶକ୍ତୀକରଣରେ ବିଶ୍ବାସ କରେ। ସବୁବେଳେ ବିଜେଡି ମା’ମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଆସିଛି। ତେଣୁ ବହୁ ସଂଖ୍ୟାରେ ମା’ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୋଟ ମୋଟ୍‌ ୨୭ଟି ପ୍ରସ୍ତାବ ଆଗତ ହୋଇଥିଲା। ସେଥିରୁ ୧୧ଟି ରାଜନୈତିକ, ୧୬ଟି ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଯେପରି ତା’ର ନ୍ୟାଯ୍ୟ ଦାବି ଯଥା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଏପରି କି ସ୍ପେଶାଲ ଫୋକସ ଷ୍ଟେଟ୍‌ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରିରହିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଦାବି ପୂରଣ ପାଇଁ ଉଦ୍ୟମ ଜାରି ରହିବ ବୋଲି ଘୋଷଣା କରାଯାଇଛି। ଏଥିସହିତ କୋଇଲା ରୟାଲିଟି, ସେସ୍‌ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ଦାବି ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନ୍ବିିତ କରିବା, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ବୈଠକରେ ଆହ୍ବାନ କରାଯାଇଛି। ଦଳର ସାଙ୍ଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ବ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ, ସାଙ୍ଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ତଥା ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ହୋଇଥିବା ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଛି।
୨୦୦୦ ମସିହାରୁ ବିଭିନ୍ନ ନିର୍ବାଚନରେ ଲଗାତର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛି ଦଳ। ଏହି ସଫଳତା ପାଇଁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି। ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସହ ରାଜ୍ୟର ବିଭିନ୍ନ ମନ୍ଦିରର ନବକଳେବର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି। ସେହିପରି ମହିଳା ଓ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି, ପୁଞ୍ଜିନିବେଶରେ ଓଡ଼ିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବା ନେଇ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ସେହିପରି ବୈଠକରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦ୍ରୁତ ବିକାଶ କରି ଯୁବଶକ୍ତିର ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା। ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ପ୍ରାଥମିକତା ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମ, ଟେକ୍ନୋଲୋଜିକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁରୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ସାଙ୍ଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନମଣ୍ଡଳୀ ୱାରି ପ୍ରଶିକ୍ଷଣ ଓ ପରେ ଜୋନାଲ ପ୍ରଶିକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି। ବିଜେଡିର ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବା ନେଇ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଆମେ ଗଢ଼ିବା ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଶପଥ ସହ ବୈଠକ ସମାପନ ହୋଇଥିଲା। ଶେଷରେ ଦଳର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ଧନ୍ୟବାଦ ଦେଇଥିଲେ। ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟା, ସଦସ୍ୟଙ୍କ ସହ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟ ଛାମୁଆ ସଙ୍ଗଠନର ସଭାପତି ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri