ସାଂଘାତିକ ଗୋଷ୍ଠୀ ସଂଘର୍ଷ:୩ ମହିଳା ସହ ୫ ଜଣଙ୍କୁ ନିର୍ମମ ହତ୍ୟା, ୪ ଗୁରୁତର

ସୁନ୍ଦରଗଡ,୩୦/୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି ଜଣ ମହିଳାଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଛନ୍ତି।

 

ପରକିୟା ପ୍ରୀତିକୁ ନେଇ ଗୋଟିଏ ଗୋଷ୍ଠୀ ବିଳମ୍ବିତ ରାତିରେ ୫ ଜଣଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଆହତମାନଙ୍କୁ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

ମିଳିଥିବା ଖବର ଅନୁସାରେ, ଆକ୍ରମଣ କରିଥିବା ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ଥିବାର ଜଣାପଡିଛି। ଘଟଣାସ୍ଥଳରେ ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ସଦରଥାନା ପୋଲିସ ସାଇଣ୍ଟିଫିକ୍ ଟିମ ସହ ପହଂଚି ଘଟଣାର ତଦନ୍ତ କରିବାସହ ହତ୍ୟାକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛନ୍ତି।

 

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପରିବାରର ସମସ୍ତେ ଶୋଇଥିବା ସମୟରେ ହଠାତ୍ କିଛି ଜଣ ଲୋକ ଆସି ମୃତକଙ୍କ ଉପରେ ଭୁଜାଲି,ଖଣ୍ଡା ଦ୍ବାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଅନ୍ୟ ଜଣେ ସ୍ତ୍ରୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର କିଛି ଲୋକ ଆସି କରମଡିହି ଗୀତାପଡ଼ାରେ ନ ତମ୍ବୁ ଲଗାଇ ରହି ଆସୁଛନ୍ତି । ସେ ମଧ୍ୟରୁ ଜଣେ ଅବିନାଶ ପାୱାରଙ୍କ ପ୍ରଥମ ସ୍ତ୍ରୀ ଗୋଟେ ପୁଅ ଏବଂ ତାକୁ ଛାଡି ଅନ୍ୟ କାହା ସହିତ ପଳାଇବା ପରେ ଅବିନାଶ ଆଉ ଜଣେ ମହିଳାଙ୍କୁ ଆଣିଥିଲା । ପୂର୍ବ ସ୍ତ୍ରୀ ପଟରୁ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀ ପଟରୁ ଦୁଇଟି ସନ୍ତାନ ରହିଛନ୍ତି । ତେବେ ଦ୍ବିତୀୟ ସ୍ତ୍ରୀଙ୍କୁ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା। ଘଟଣା ଘଟାଇବା ପରେ ଆକ୍ରମଣକାରୀ ନିଜର ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ମାରିଛନ୍ତି । ଖବର ପାଇ ସଦର ଥାନା ପୋଲିସ ପହଂଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନରେ ପହଞ୍ଚି ତଦନ୍ତ କରିଛନ୍ତି । ବର୍ତ୍ତମାନ ପୋଲିସର ଦୁଇଟି ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛନ୍ତି ।ପୋଲିସ ପକ୍ଷରୁ ଚାରି ପ୍ଲାଟୁନ ଫୋର୍ସର ମୁତୟନ କରି ପୋଲିସ ସବୁ ଦିଗରୁ ଯାଞ୍ଚ କରିବା ସହ ହତ୍ୟାକାରୀଙ୍କୁ ଖୋଜାଖୋଜି କରୁଛି। ବିଭିନ୍ନ ବସଷ୍ଟାଣ୍ଡ, ରେଳଷ୍ଟେସନ ଗୁଡିକରେ ପୋଲିସ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri