ଟ୍ରଲିରେ ବୁହାହେଲା ମୃତଦେହ

କୋଣାର୍କ,୬ା୮(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତ ସହ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକେ ଭୟରେ ସାଧାରଣ ରୋଗରେ ମୃତବ୍ୟକ୍ତିଙ୍କୁ ମଧ୍ୟ ସ୍ପର୍ଶ କରୁ ନାହାନ୍ତି। ଏଭଳି ଜଣଙ୍କ ମୃତଦେହକୁ ଉଠାଇବାରେ ଗ୍ରାମବାସୀ ସହାୟତା ନ କରିବାରୁ ଶେଷରେ ଏକ ଟ୍ରଲି ଜରିଆରେ ଶ୍ମଶାନ ନିଆଯାଇଛି। ଏହି ସ୍ପର୍ଶକାତର ଘଟଣା କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତର ମାଙ୍କରଗୋରଡ଼ି ଗ୍ରାମରେ ବୁଧବାର ଦେଖିବାକୁ ମିଳିଛି। ଏହି ଗ୍ରାମର ଜଣେ ୨୭ ବର୍ଷର ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିଲେ। ସେ ଗତ୧୦ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ। ଜ୍ୱର ନ ଛାଡିବାରୁ ଚିକିତ୍ସା ନିମନ୍ତେ ସେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ବୁଧବାର ତାଙ୍କ କୋଭିଡ୍‌ ଟେଷ୍ଟ ହେବାର ଥିଲା। ହେଲେ ଟେଷ୍ଟ ପୂର୍ବରୁ ସେ ପ୍ରାଣ ହରାଇଥିଲେ। ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଯୁବକ ଜଣକ କରୋନା ପଜିଟିଭ ଯୋଗୁ ମୃତ୍ୟୁ ହରାଇଥିବା ଗ୍ରାମରେ ଗୁଜବ ହୋଇଯାଇଥିଲା। ଫଳରେ ଗ୍ରାମବାସୀ ଏହି ପରିବାରକୁ ସହାୟତା କରି ନ ଥିଲେ। ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେବାକୁ ସମସ୍ତେ ଅରାଜି ହୋଇଥିଲେ। ଫଳରେ ମୃତଦେହଟି ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ବାରଣ୍ଡାରେ ପଡ଼ିରହିଥିଲା। ଖବରପାଇ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ ମାନବିକତାର ପରିଚୟ ଦେଇଖାଇଥିଲେ। ଉକ୍ତ ପରିବାରକୁ ସହଯୋଗ ପାଇଁ ଏନଏସି ନୋଡାଲ ଅଫିସର ଭାଗୀରଥି ବରାଳ ଏବଂ ଅନ୍ୟ ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ପରେ ଅଧିକାରୀଙ୍କ ସହ କେତେଜଣ କର୍ମଚାରୀ ଆସି ପିପିଇ କିଟ୍‌ ଦେବା ପରେ ସମ୍ପର୍କୀୟଙ୍କ ସମେତ ଏହି ଗ୍ରାମର ୨ ଜଣ ଟ୍ରଲିରେ ମୃତଦେହକୁ ନେଇ ନିକଟସ୍ଥ ଗ୍ରାମ ଶ୍ମଶାନରେ ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri