ବଲାଙ୍ଗୀର,୬ା୯(ସୁନୀଲ କୁମାର ମହାନ୍ତି): କଣ୍ଟାବାଞ୍ଜି ଥାନା ତୁରେକେଲା ବ୍ଲକ ହିଆଁଲ ଗାଁ ଅନୁସୂଚିତ ଜନଜାତି ଓ ଜାତି ଅନ୍ବେଷା ଛାତ୍ର ନିବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି l କଣ୍ଟାବାଞ୍ଜି ପୋଲିସ ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l କ’ଣ ପାଇଁ ଏପରି ଘଟଣା ଘଟିଲା ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ କିଛି କହିନାହାନ୍ତି। ପୋଲିସ ହଷ୍ଟେଲରେ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ। ହଷ୍ଟେଲକୁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାଯାଇଛି।