ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ବିଜ୍ଞାନର ଦ୍ରୁତ ବିକାଶ ଓ ପ୍ରଚାର ପ୍ରସାର ସତ୍ତ୍ୱେ ସୁନ୍ଦରଗଡ ଜିଲାରେ ଜାତିବାଦ ଭଳି ଅନ୍ଧବିଶ୍ୱାସ ଲାଗିରହିଛି। ଗତ ତିନିଦିନ ମଧ୍ୟରେ ପୁଣି ଏକ ଅନ୍ଧବିଶ୍ୱାସ ଓ ଜାତିବାଦ ଭଳି ସାମାଜିକ ବାସନ୍ଦର ଶିକାର ହୋଇଛି ଜଣେ ମହିଳାଙ୍କ ମୃତଦେହ। ଗତ ତିନି ଦିନ ମଧ୍ୟରେ ଏହାଏହା ଦ୍ବିତୀୟ ଘଟଣା।
ଦିନେ ଆଗରୁ ସୁନ୍ଦରଗଡ ପୌରପାଳିକା ଅନ୍ତର୍ଗତ ଶଙ୍କରା ଗ୍ରାମ ଏକ ମହିଳାଙ୍କ ମୃତଦେହକୁ ଜାତିବାଦ ଅନ୍ଧବିଶ୍ୱାସରେ ଅସମ୍ମାନ କରାଯାଇଥିବାବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି।
ସୁନ୍ଦରଗଡ ସଦରଥାନା ଅନ୍ତର୍ଗତ ଭେଡାବାହାଲ ହରିଜନ ପଡାର ଅଭିରାମ ବୁଡା ବିଗତ ୨୦୦୦ ମସିହାରେ ନିଜର ସ୍ତ୍ରୀଙ୍କ ପରଲୋକ ପରେ ସେହି ଭେଡାବାହାଲ ଗ୍ରାମ ବଘିଆପଡାର ଗୁରୁବାରି ମାଝିଙ୍କ କନ୍ୟା କିଶୋରୀ ମାଝିଙ୍କୁ ନିଜର ତିନି ଝିଅଙ୍କ ଲାଳନପାଳନ ପାଇଁ ଦ୍ବିତୀୟ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।
କିଶୋରୀ ଆଦିବାସୀ ଖଡିଆ ଜାତିର ହୋଇଥିବା ବେଳେ ଅଭିରାମ ହରିଜନ ଜାତିର।
ଅଭିରାମ କିଶୋରୀଙ୍କ ହାତ ଧରିବା ପରେ ଅଭିରାମଙ୍କ ପରିବାର ଅଭିରାମଙ୍କ ତିନି ଝିଅଙ୍କୁ ନେଇ ଯାଇଥିଲେ ଓ କିଶୋରୀଙ୍କ ବନ୍ଧୁବାନ୍ଧବ ଓ ଜାତିଭାଇ ୍ଯଯଯ କିଶୋରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ସେହି ଦିନଠାରୁ କିଶୋରୀଙ୍କ ମା ଗୁରୁବାରୀ ଝିଅ ଜ୍ବାଇଁଙ୍କ ପାଖରେ ରହି ଆସୁଥିଲେ।
ଗତ ୧୩ ତାରିଖ ୭୦ ବର୍ଷୀୟ ଗୁରୁବାରି ଘରୁ କେଉଁଆଡେ ଚାଲିଯାଇଥିଲେ। ଝିଅ ଜ୍ବାଇଁ ସଦର ଥାନାରେ ଏକ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଥିଲେ। ଗତକାଲି ସନ୍ଧ୍ୟାରେ ସମରଡିହି ଜଙ୍ଗଲ ମଧ୍ୟରୁ କିଛି ଯୁବକ କାଠ ଗୋଟାଇ ଫେରୁଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ପାଖକୁ ଯାଇ ଏକ ମହିଳାଙ୍କର ମୃତଦେହ ଦେଖିବା ପରେ ସଦର ଥାନାକୁ ଜଣାଇ ଥିଲେ। ସଦର ଥାନା ୟୁଡି କେସ ନମ୍ବର ୦୫/୨୦୨୫ ପଞ୍ଜିକରଣ କରି ତଦନ୍ତ କଲା ପରେ ଏହା ଗୁରୁବାରିଙ୍କ ଗଳିତ ମୃତଦେହ ବୋଲି ଜାଣିବା ପରେ ଅଭିରାମ ଓ କିଶୋରୀଙ୍କୁ ଖବର ଦେଇଥିଲେ। ଉଭୟ ଆସି ମୃତଦେହ ଚିହ୍ନଟ କରିବା ପରେ ଶନିବାର ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପରେ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଅଭିରାମ ଓ କିଶୋରୀଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ, କିନ୍ତୁ ଉଭୟ ଅଭିରାମ ଓ ଗୁରୁବାରିଙ୍କୁ ସମାଜ ଓ ବନ୍ଧୁ ବାନ୍ଧବ ବାସନ୍ଦ କରିଥିବାରୁ ମୃତଦେହ ଛୁଇଁବାକୁ ମଧ୍ୟ ଜାତିଭାଇ ବାରଣ କରିଥିଲେ। ଚିନ୍ତାରେ ପଡିଯାଇଥିଲେ ଉଭୟ, କେମିତି ମୃତଦେହ ସଂସ୍କାର କରିବେ।
ଶେଷରେ ସଦର ଥାନା ଅଧିକାରୀ ସସ୍ମିତା ଦେବତା ଟିମ ଶ୍ମଶାନ ବନ୍ଧୁଙ୍କ ସହାୟତା ମାଗିବାକୁ କହିବାରୁ, ଅଭିରାମ ଟିମ ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡାଙ୍କୁ ଫୋନ ଯୋଗେ ସମସ୍ତ ବିଷୟ ଅବଗତ କରିବା ପରେ ଟିମ ସଦସ୍ୟ ଶିଶିର କୁମାର ବେହେରାଙ୍କ ସମେତ ଚିଣ୍ଟୁ ରକ୍ସା, ଦେବେନ୍ଦ୍ର ସାହୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ସହିତ ଆଶ୍ବାସନା ଦେଇଥିଲେ। ସେଠାରୁ ସୁନ୍ଦରଗଡ ସ୍ବର୍ଗଦ୍ବାରକୁ ଗୁରୁବାରିଙ୍କ ମରଶରୀରକୁ ନେବା ସହିତ ମର୍ଯ୍ୟାଦାର ଓ ପରମ୍ପରା ସହିତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏସଟିଓଏ ପକ୍ଷରୁ କାଠ, ଘିଅ କର୍ପୁର ଶ୍ମଶାନ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା।
ଏହି ମୃତଦେହ ସଂସ୍କାରକୁ ମିଶାଇ ଏହା ୯୦୧ ତମ ମୃତଦେହସଂସ୍କାର କରିଛନ୍ତି ଟିମ ଶ୍ମଶାନ ବନ୍ଧୁ। ଟିମ ଶ୍ମଶାନ ବନ୍ଧୁର ଏତାଦୃଶ ମାନବିକ କାର୍ଯ୍ୟ ଦେଖି ଉଭୟ ଅଭିରାମ ଓ କିଶୋରୀ କୃତଜ୍ଞତାରେ ନଇଁ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri