ଗ୍ରୁପ୍‌ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ

ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ।
ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ଉଲୁମୁଣ୍ଡି ଜୁଗୁନି ସାହିର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ଚିତ୍ରଡ଼ା ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ସେହିପରି ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଓ ଏଏସ୍‌ଆଇ ଦୀନବନ୍ଧୁ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଥିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତକ ଜଣକ ହେଲେ ଉକ୍ତ ପଞ୍ଚାୟତର ବାଘାଝରଣା ଗ୍ରାମର ପାରାଓ଼ ହାଁସଦାଙ୍କ ସ୍ତ୍ରୀ ସୁମିତ୍ରା।

ସୁମିତ୍ରାଙ୍କ ମା’ରାଇମଣି ସୋରେନଙ୍କ କହିବା ମୁତାବକ, ସୁମିତ୍ରା ଗତ ମଙ୍ଗଳବାର ସନ୍ଧ୍ୟରେ କିସ୍ତି ଟଙ୍କା ଦେବାକୁ ବାପଘରକୁ ଆସିଥିଲେ ଏବଂ ଟଙ୍କା ଦେଇ ଚାଲିଯାଇଥିଲେ l ତେବେ ଗୁରୁବାର ସକାଳୁ ଗ୍ରାମବାସୀ ସୁମିତ୍ରାଙ୍କ ମୃତଦେହ ଉକ୍ତ ପୋଖରୀରେ ଭାସୁଥିବାର ଦେଖି ଖବର ଦେଇଥିଲେ। ତେବେ ସାନମୁଣ୍ଢାବଣି ଆରଆଇ କୃଷ୍ଣମୋହନ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ ଏବଂ ସରପଞ୍ଚ ମାଇନ ମାର୍ଣ୍ଡି ମଧ୍ୟ ଯଥାଶୀଘ୍ର ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସହାୟତା ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ କୋର୍ଟରେ ଏକ ବଡ଼ ଝଟକା ଲାଗିଛି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଦେଇଥିବା ଏକ ବିବାଦୀୟ…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

+୩ ଶେଷ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ : ବିଶ୍ୱବିଦ୍ୟାଳୟ ର଼୍ୟାଙ୍କରେ ଗଞ୍ଜାମ କଲେଜର ୩ ପିଲା

ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri