କୋରାପୁଟ,୬।୩(ଅମିତାଭ ବେହେରା): ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋର ନୂଆବଜାର ଅଂଚଳର ବୋଲି ଜଣାପଡ଼ିଛି ।
ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀ ରେ ଚାକିରି କରୁଥିଲେ । ମନୀଷ ଗୁରୁବାର ଭୁବନେଶ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗ ଟିକିରି ଆସୁଥିଲେ। ଆସିବା ସମୟରେ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ କୋରାପୁଟ ଆରପିଏଫ ଓ ଜିଆରଫି ପୋଲିସ୍ ରେଳ ଷ୍ଟେସନରେ ପହଂଚି ଶବକୁ ଜବତ୍ କରି ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପଟେ ରେଲୱେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ବୋଲି କୋରାପୁଟ ଜିଆରପି ଏଏସଆଇ ଅମର ସେଠୀ କହିଛନ୍ତି । କେସ ନଂ ୨/୨୦୨୬ରେ ମାମଲା ରୁଜୁ କରି ଜିଆରପି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।