କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲାର ସ୍ନାତକୋତ୍ତର ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର କୁତ୍ରାର ସୁରଜ କୁଜୁର(୨୨)। ସେ ସନ୍ଧ୍ୟାରେ ନିଜ କଠୋରୀରୁ ଆଦୌ ବାହାରି ନଥିବାରୁ ତାଙ୍କର କିଛି ସହପାଠୀ ଛାତ୍ରାବାସକୁ ଯାଇ ତାଙ୍କ କଠୋରୀରେ ଭିତରୁ ବନ୍ଦଥିବା କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ହେଲେ ଭିତରୁ କୌଣସି ଉତ୍ତର ନ ମିଳିବାରୁ ସହପାଠୀମାନେ କଠୋରୀର ସ୍କାଏଲାଇଟ ଫାଙ୍କରୁ ସୁରଜଙ୍କ ଶରୀର ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେସଙ୍ଗେ ବିଶବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାତିରେ ଉକ୍ତ ଛାତ୍ରାବାସରେ ସେ ରହୁଥିବା କୋଠରୀର କବାଟ ଭାଙ୍ଗି ସୁରଜଙ୍କ ମୃତଦେହକୁ ଉଦ୍ଧାର କରିଛି। ଏହାସହ ସୁରଜଙ୍କ ପରିବାରକୁ ଖବର ଦେଇ ମୃତଦେହକୁ ଭିମସାରକୁ ପଠାଇଥିଲା। ତାଙ୍କ ପରିବାର ପହଞ୍ଚିଲା ପରେ ବୁଧବାର ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ହେବ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତେବେ ସେ ଉକ୍ତ କୋଠରୀରେ ଏକୁଟିଆ ରହୁଥିଲେ। କିଛିଦିନ ହେଲା ସେ ସେ ଚୁପଚାପ ରହୁଥିବା ବେଳେ ସହପାଠୀଙ୍କ ସହ ମଧ୍ୟ ବିଶେଷ କଥାବର୍ତ୍ତା କରୁ ନ ଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri