ରେଳ ଧାରଣାରୁ ମିଳିଲା ବୃଦ୍ଧଙ୍କ ମୃତଦେହ: ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

ରାୟଗଡ଼ା/ଲାଞ୍ଜିଗଡ଼,୫।୮: ରାୟଗଡ଼ା ଜିଲା ଦହିଖାଲ ରେଳ ଧାରଣାରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ବୃଦ୍ଧ ଜଣକ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ହେଲେ ମଙ୍ଗଳବାର ରାୟଗଡ଼ା ଦହିଖାଲ ରେଳ ଧାରଣାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଥିବା ବେଳେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share