ଭୁବନେଶ୍ବର,୨୧।୧୨: ଭୁବନେଶ୍ୱର ନାଲ୍କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତଦେହ ଦେଖିବା ପରେ ସସପେନ୍ସ ବୃଦ୍ଧି ପାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଉଦ୍ଧାର ହୋଇଥିବା ମୃତଦେହର ନାକରୁ ଫେଣ ଓ ପାଟିରୁ ରକ୍ତ ବାହାରୁଥିବାରୁ ସନ୍ଦେହ ଦେଖାଯାଇଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରୁଛି ପୋଲିସ । କହିରଖୁଛୁ କି, ୨୦ ତାରିଖରେ ଧଉଳି ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ସ୍ତ୍ରୀ ।
୧୯ ତାରିଖରୁ ଘରୁ ଆସିବା ପରେ ବିଳମ୍ବ ହେବା ନେଇ ସେ ଘରକୁ ଫୋନ କରି ଜଣାଇଥିଲେ । ତା ପରଠାରୁ ତାଙ୍କର ଆଉ କୌଣସି ଖବର ମିଳିନଥିଲା । ବର୍ତ୍ତମାନ ତାଙ୍କର ମୃତଦେହ ମିଳିବା ପରେ ସ୍ତ୍ରୀ ଜଣେ ଯୁବତୀଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସିସିଟିଭି ଯାଞ୍ଚ ଓ ସେହି ଯୁବତୀଙ୍କୁ ଧରିଲେ ସତ ସମ୍ନାକୁ ଆସିବ କହିଲେ ସ୍ତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।