ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ ଘଟଣା: ସ୍ବାମୀ, ଶାଶୁ-ଶ୍ୱଶୁର, ପୁତୁରା ଗିରଫ

ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁଡ଼ା ଗ୍ରାମର ନମିତା ବଣିଆ(୩୩) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଶ୍ମଶାନ ନିକଟ ଏକ ନାଳାରୁ ଶୁକ୍ରବାର ପୋଲିସ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ନମିତାଙ୍କ ବଡ଼ଭାଇ ଭଗବାନ ସରାଫଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସ୍ବାମୀ ସୁଦାମ ବଣିଆ(୪୦), ଶାଶୁ ବେଲମତୀ(୭୦), ଶ୍ବଶୁର ବାବାଜୀ ବଣିଆ(୭୫) ଓ ପୁତୁରା ରୋହିତ(୧୮)ଙ୍କୁ ଗିରଫ କରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ
ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଇପିସିର ଦଫା ୧୨୦ବି/୪୯୮(ଏ),୨୯୪, ୩୦୨, ୨୦୧,୩୨୩, ଏବଂ ୫୦୬ ଯୌତୁକଜନିତ ନିର୍ଯାତନା ଅଭିଯୋଗ(ନଂ୧୯୪୮୨୪)ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କଠାରୁ ଷ୍ଟିଲ୍‌ ରଡ୍‌, ଶାବଳ ଆଦି ମାରଣାସ୍ତ୍ର ଜବତ ହୋଇଛି।

ପୋଲିସ ସୂଚନାନୁଯାୟୀ, ସାବିତ୍ରୀ ବ୍ରତ ଦିନ ବିଳମ୍ବିତ ରାତିରେ ନମିତା ଓ ତାଙ୍କ ସ୍ବାମୀ ସୁଦାମଙ୍କ ମଧ୍ୟରେ
କୌଣସି କାରଣ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଦାମ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ମୁଣ୍ଡକୁ ପ୍ରହାର କରିଥିଲେ। ଏଥିରେ ନମିତା ଆହତ ହୋଇଥିଲେ। ଏହାପରେ ସେ ଘରୁ କୁଆଡ଼େ ପଳାଇ ଯାଇଥିଲେ। ଶୁକ୍ରବାର ସକାଳେ ଗ୍ରାମର ଶିବ ମନ୍ଦିର ନିକଟସ୍ଥ ରେଳଧାରଣାରେ ତାଙ୍କ ମୃତଦେହ ଠାବ କରିଥିଲେ ପରିବାର ଲୋକେ। ପ୍ରମାଣକୁ ସ୍ଥାନୀୟ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଲିସକୁ ନ ଜଣାଇ ମୃତଦେହକୁ ରେଳଧାରଣାରୁ ଉଠାଇ ଆଣି ବୁର୍ଡା କଳାସୀ ଜୋର ଶ୍ମଶାନ ନିକଟ ନିଛାଟିଆ ସ୍ଥାନରେ ପରିବାରବର୍ଗ ଓ ଗ୍ରାମବାସୀ ମିଶି ମୃତଦେହ ସତ୍କାର କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଜାଣି ବଡ଼ଭାଇ ଭଗବାନ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀକୁ ଧରି ଘଟଣାସ୍ଥଳରେ ପହଞ୍ଚ ନିଆଁ ଲିଭାଇ ଦର ଦରପୋଡ଼ା ମୃତଦେହ ଜବତ କରିଥିଲେ। ସେତେବେଳକୁ ମୃତଦେହର ୯୦ ଭାଗ ପୋଡ଼ି ଯାଇଥିଲା। ଏହି ଘଟଣା ବୁର୍ଡା ଏବଂ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସୂଚନାଯୋଗ୍ୟ, ନମିତାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସୁଦାମ ନିୟମିତ ମଦ୍ୟ ପାନ କରି ଆସି ମାର୍‌ପିଟ କରୁଥିଲେ ଏହାଛଡ଼ା ଘଟଣାଦିନ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହ ପୋଡ଼ି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri