ଜଙ୍ଗଲରେ ଝୁଲୁଛି ଅଜଣା ଯୁବତୀଙ୍କ ମୃତଦେହ, ପହଞ୍ଚିଲା ବାଲିଗୁଡ଼ା ପୋଲିସ

ବାଲିଗୁଡା, ୧୨।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତଦେହ ଜବତ କରିଛି ବାଲିଗୁଡ଼ା ପୋଲିସ l
ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତ ଶରୀର କୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେ ନେଇ ବାଲିଗୁଡ଼ା ପୋଲିସ ଅଧିକ ଛାନଭିନ କରୁଥିବା ଜଣାପଡିଛି। ଉପଖଣ୍ଡ ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share