ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋପାଳବିନ୍ଧା ଗ୍ରାମରେ ଶନିବାର ଅପରାହ୍ନରେ ଏଭଳି ଘଟଣା ଘଟିଛି। ଆହତମାନେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, କେଶପୁର ଗ୍ରାମର ସସ୍ମିତା ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ୨୨ ବର୍ଷିୟା ଝିଅ ପରିବାରର ବିରୋଧ ସତ୍ତ୍ୱେ ସେହି ଗ୍ରାମର ଜଣେ ଯୁବକଙ୍କୁ କିଛିଦିନ ତଳେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ବିରୋଧ କରି ସସ୍ମିତା ଓ ତାଙ୍କ ଭଉଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଝିଅକୁ ଫେରାଇ ଆଣିବା ପାଇଁ ସେମାନେ ବାରମ୍ବାର ଥାନାକୁ ଯାଇ ଯୋଗାଯୋଗ କରୁଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତାଙ୍କ ଭଉଣୀ ରଶ୍ମିତା ଗ୍ରୁପ୍‌ ଟଙ୍କା ଆଦାୟ କରିବାକୁ ସେହି ଗଁା ଦେଇ ଯାଉଥିବା ବେଳେ ଝିଅର ଶାଶୁଘର ଲୋକେ ତାଙ୍କୁ ଗଁା ଦାଣ୍ଡରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ରଶ୍ମିତା ଥାନାକୁ ଯାଇଥିବା ବେଳେ ଖବରପାଇ ସସ୍ମିତା ଜଣେ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ଥାନାକୁ ଯାଉଥିଲେ। ଯିବା ବାଟରେ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସସ୍ମିତା ଅଭିଯୋଗରେ ଦର୍ଶାଇଛନ୍ତି। ସସ୍ମିତାଙ୍କ ଅଭିଯୋଗକ୍ରମେ ଏକ ମାମଲା(ନଂ.୪୩/୨୬) ରୁଜୁ ହୋଇଛି। ଅପରପକ୍ଷେ ସସ୍ମିତାଙ୍କ ଝିଅର ଶାଶୁଘର ଲୋକେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା (ନଂ.୪୫/୨୬) ରୁଜୁ ହୋଇଛି। ସାବରଙ୍ଗ ଥାନାଧିକାରୀ ଶାନ୍ତନୁ କୁମାର ଜେନା କହିଛନ୍ତି, ପ୍ରେମ ବିବାହକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୬ଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରିଙ୍କୁ ସିଂଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର, ପ୍ରିୟା ସରୋଜଙ୍କ ସହ ଏହି ଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୯।୨: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ପଡ଼ିଆ ବାହାରେ ଏକ ନୂତନ ଯାତ୍ରା ଆରମ୍ଭ କରିବେ। ଉତ୍ତର ପ୍ରଦେଶର ଜୌନପୁରର…

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri