ଯୌତୁକ ପାଇଁ ବୋହୂଙ୍କୁ ମାଡ଼: ଶାଶୁଘର ଲୋକଙ୍କ ନାଁରେ ମାମଲା

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମାରଡ଼ା ଗ୍ରାମର ଶିକ୍ଷକ ସନ୍ତୋଷ ଓରଫ ଦେବୀ ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ତ୍ରୀ ସାଲୋନିଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଲୋନି ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୪୩୯/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ,ଶାଶୁ ଓ ଶ୍ବଶୁରଙ୍କ ନାଁରେ ମାମାଲା ରୁଜୁ କରିଛନ୍ତି।

୨୦୨୩ରେ ଦିଗପହଣ୍ଡ ପୁଞ୍ଜିକୟାଁ ଅଞ୍ଚଳ କଲୋନୀର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ କନ୍ୟା ସାଲୋନି କୁମରଡ଼ା ଗ୍ରାମର ଶିକ୍ଷକ ପ୍ରତାପ ଚନ୍ଦ୍ର ପଟ୍ଟନାୟକଙ୍କ ପୁଅ ସନ୍ତୋଷ ଓରଫ ଦେବୀ ପ୍ରସାଦଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ଅନୁଯାୟୀ ସମସ୍ତ ଜାନି ଯୌତୁକ ଦିଆଯାଇଥିଲା। କିଛି ଦିନ ଦାମ୍ପତ୍ୟ ଜୀବନ ହସଖୁସିରେ କଟିବା ପରେ ଅଧିକା ଯୌତୁକ ପାଇଁ ସାଲୋନି ୟଙ୍କୁ ସ୍ବାମୀ ଓ ଶାଶୁ, ଶ୍ବଶୁର ନିର୍ଯାତନା ଦେବାରୁ ସେ ବାପ ଘରେ ରହୁଥିଲେ। ସମ୍ପର୍କୀୟ ଲୋକଙ୍କ ହସ୍ତକ୍ଷେପ ପରେ ସାଲୋନି ପୁଣି ଶାଶୁଘରକୁ ଫେରିଥିଲେ। ଗତ ୨୬ ତାରିଖରେ ତାଙ୍କୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ମାଡ଼ ମାରିବା ସହ ନିର୍ଯାତନା ଦେବା ପରେ ସେ ବାପଘର ଦିଗପହଣ୍ଡିକୁ ଚାଲି ଆସିଥିଲେ ବୋଲି ଏତଲାରେ ଉଲ୍ଲେଖ ଥିବା ତଦନ୍ତକାରୀ ମହିଳା ପୋଲିସ ଅଧିକାରୀ ଏସ୍‌. ଆଇ ସୋଫିଆ ମିଶ୍ର କହିଛନ୍ତି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share