ଛତ୍ରପୁର,୪ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଜେ. ସ୍ବାତୀ। ସେ ତାଙ୍କ ସହ ଛତ୍ରପୁର RTO ଅଫିସକୁ ଗାଡ଼ି ଲାଇସେନ୍ସ ପାଇଁ ଆସି ସ୍କୁଟିରେ ବାପ ଓ ଝିଅ ଘରକୁ ଫେରୁଥିବା ବେଳେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା। ଫଳରେ ବାପାଙ୍କ ଆଖି ସମ୍ନାରେ ଚାଲିଗଲା ଝିଅର ଜୀବନ। ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।