ମାଟି ଅତଡ଼ାରେ ଚାପି ହୋଇ ଝିଅ ମୃତ, ବାପା ଗୁରୁତର

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ାରେ ଚାପି ହୋଇ ୮ବର୍ଷର ଝିଅ ଗୀତା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଈଶ୍ୱର ମୁଣ୍ଡା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରେଙ୍ଗାଳି ବାମ ପାର୍ଶ୍ୱ ରେଙ୍ଗାଲି କେନାଲ ପାଇଁ ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ମାଟି ଖୋଳା କାର୍ଯ୍ୟ ଚାଳିଛି। ଶୁକ୍ରବାର ସକାଳେ ବାପ-ଝିଅ ବାହାରକୁ ଶୌଚ ହେବାକୁ ଯାଇଥିଲେ। ସେତିକିବେଳେ ଖୋଳା ଯାଇଥିବା କେନାଲରେ ମାଟି ଅତଡ଼ା ଧସିବାରୁ ବାପ-ଝିଅ ମାଟି ତଳେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ଦମକଳ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବାପାକୁ ଉଦ୍ଧାର କରି ସୁକିନ୍ଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଝିଅଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଝିଅଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ବାପାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରେଙ୍ଗାଲି କେନାଲ କାମ କରୁଥିବା ରାଇଟ୍‌ ଟ୍ରାଙ୍ଗେଲ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଅକାଳରେ ଜଣେ ଶିଶୁଙ୍କ ଜୀବନ ଚାଲିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri