Posted inଜାତୀୟ

ମହାରାଷ୍ଟ୍ର-ଝାଡଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା: ଜାଣନ୍ତୁ କେଉଁଦିନ ହେବ…

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ୧୩ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦ ନଭେମ୍ବରରେ ଅନୁଷ୍ଠିତ ହେବ। ସେହିପରି ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ୨୦ ନଭେମ୍ବରରେ ମତଦାନ ହେବ। ଫଳାଫଳ ନଭେମ୍ବର ୨୩ରେ ଆସିବ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରୁଛି। ମହାରାଷ୍ଟ୍ରର ୫୨୭୮୯ ସ୍ଥାନରେ ୧୦୦୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର-୯.୬୩ କୋଟି। ଝାଡଖଣ୍ଡରେ ୮୧ଟି ସିଟ, ୨.୬ କୋଟି ଭୋଟର, ପ୍ରଥମ ଥର ଭୋଟର-୧୧.୮ ଲକ୍ଷ। ୨୦୨୮୧ ସ୍ଥାନରେ ୨୯୫୬୨ ମତଦାନ ବୁଥ ହେବ।

ମହାରାଷ୍ଟ୍ରର ମୋଟ ଭୋଟରଙ୍କ ସଂଖ୍ୟା ୯.୬୩ କୋଟି, ସେଥିମଧ୍ୟରୁ ୪.୯୭ କୋଟି ପୁରୁଷ ଏବଂ ୪.୬୬ କୋଟି ମହିଳା ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ହେଉଛି ୨୦.୯୩ ଲକ୍ଷ। ମହାରାଷ୍ଟ୍ରରେ ୧,୦୦,୧୮୬ ମତଦାନ କେନ୍ଦ୍ର ଅଛି, ଏଥର ମଧ୍ୟ ଆମେ PWD ଏବଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୁଥ ତିଆରି ହେବ।

ସେହିପରି ଝାଡଖଣ୍ଡରେ ମୋଟ ଭୋଟରଙ୍କ ସଂଖ୍ୟା ୨.୬ କୋଟି, ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ସେଠାରେ ୨୯,୫୬୨ ମତଦାନ କେନ୍ଦ୍ର ହେବ।

ଏହାସହ ନିର୍ବାଚନ କମିଶନର ହରିୟାଣା, ଜମ୍ମୁ କଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନିର୍ବାଚନରେ ଦେଖାଯାଇଥିବା ଉତ୍ସାହ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଜମ୍ମୁ କଶ୍ମୀରରେ ନିର୍ବାଚନ ସମୟରେ ଶୂନ୍ୟ ହିଂସା ହୋଇଥିଲା ବୋଲି ନିର୍ବାଚନ କମିଶନର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?