ଡାଟା ସୁରକ୍ଷା ବିଲ୍‌: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…

ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ଏହି ସୂତ୍ର ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର ମଧ୍ୟ ଦାୟୀ ରହିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଏହା ସହିତ ସରକାରଙ୍କୁ ମଧ୍ୟ ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇ ପାରିବ। ନୂତନ ଡିଜିଟାଲ ଡାଟା ସୁରକ୍ଷା ବିଲ ଅଧୀନରେ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସମ୍ମତି ନେବା ବାଧ୍ୟତାମୂଳକ ହେବ। ନୂତନ ପ୍ରସ୍ତାବରେ ନିୟମ ଭାଙ୍ଗିବା ପାଇଁ ୫୦୦ କୋଟିର ଜରିମାନା ଲାଗୁ କରାଯାଇପାରିବ।

ଏକ ସରକାରୀ ସୂତ୍ରରୁ ଶନିବାର ଜଣାପଡ଼ିଛିି ଯେ ଡାଟା ଭଙ୍ଗ ମାମଲାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ ମଧ୍ୟ ସରକାରଙ୍କୁ ଉତ୍ତରଦାୟୀ କରିବ। ସୂତ୍ରରୁ ପ୍ରକାଶ ଯେ ଏହି ବିଲ କେବଳ ଡିଜିଟାଲ ତଥ୍ୟର ଦିଗକୁ ଅନ୍ତର୍ଭୁକ୍ତ କରିବ କାରଣ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏବଂ ଆଇଟି ଡିଜିଟାଲ ଏବଂ ସାଇବର ସ୍ପେସ ସହିତ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ପାଇଛି। ଏହି ବିଲ ମୁଖ୍ୟତଃ ସଂସ୍ଥାଗୁଡ଼ିକୁ ଡାଟା ମନିଟାଇଜ କରୁଥିବା ପାଇଁ ଉତ୍ତରଦାୟୀ କରିବା ଏବଂ ଡାଟା ଉଲ୍ଲଂଘନ ହେଲେ ସରକାର ମଧ୍ୟ ଏଥିରୁ ରକ୍ଷା ପାଇପାରିବେ ନାହିଁ।

ସଂସଦର ନିମ୍ନ ଗୃହରୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ପ୍ରତ୍ୟାହାରର ତିନି ମାସ ପରେ ଭାରତ ସରକାର ଶୁକ୍ରବାର ଏକ ନୂତନ ଡାଟା ଗୋପନୀୟତା ଆଇନ ପ୍ରସ୍ତାବ ଦେଇଛନ୍ତି, ଯାହା ଟେକ୍‌ ତଥା ସୋସିଆଲ ମିଡିଆ କମ୍ପାନୀଗୁଡିକ ଦେଶ ବାହାରକୁ ୟୁଜରଙ୍କ ତଥ୍ୟ ପଠାଇବାକୁ ଅନୁମତି ଦେବ। ପ୍ରସ୍ତାବିତ ନିୟମ ଅନୁଯାୟୀ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସମ୍ମତି ନେବା ବାଧ୍ୟତାମୂଳକ ହେବ। ଭାରତରେ ତଥ୍ୟର ଅପବ୍ୟବହାର କଲେ ଜରିମାନା ଳାଗୁ ହେବ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ନୂତନ ଡାଟା ସୁରକ୍ଷା ବିଲ, ୨୦୨୨ ର ପ୍ରସ୍ତାବରେ, ଯେଉଁମାନେ ଡକ୍ୟୁମେଣ୍ଟ, ସେବା, ପରିଚୟ ପ୍ରମାଣ କିମ୍ବା ଠିକଣା ଇତ୍ୟାଦି ଆବେଦନ କରିବା ସମୟରେ ଭୁଲ ତଥ୍ୟ ଦେଉଛନ୍ତି ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ବ୍ୟବସ୍ଥା କରାଯାଇଛି। ଏହା ସହିତ, ଯେଉଁମାନେ ତଥ୍ୟ ସଂଗ୍ରହ କରନ୍ତି ସେମାନଙ୍କ ପାଇଁ ଦଶଟି ଦାୟିତ୍ୱ ମଧ୍ୟ ସ୍ଥିର କରାଯାଇଛି । ସେହିପରି ଆଇନର ଅନୁପାଳନ ଏବଂ ଅଭିଯୋଗର ସମାଧାନ ପାଇଁ ଡାଟା ସୁରକ୍ଷା ବୋର୍ଡ ଗଠନ ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri