ଡାଟା ସୁରକ୍ଷା ବିଲ୍‌: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…

ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ଏହି ସୂତ୍ର ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର ମଧ୍ୟ ଦାୟୀ ରହିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଏହା ସହିତ ସରକାରଙ୍କୁ ମଧ୍ୟ ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇ ପାରିବ। ନୂତନ ଡିଜିଟାଲ ଡାଟା ସୁରକ୍ଷା ବିଲ ଅଧୀନରେ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସମ୍ମତି ନେବା ବାଧ୍ୟତାମୂଳକ ହେବ। ନୂତନ ପ୍ରସ୍ତାବରେ ନିୟମ ଭାଙ୍ଗିବା ପାଇଁ ୫୦୦ କୋଟିର ଜରିମାନା ଲାଗୁ କରାଯାଇପାରିବ।

ଏକ ସରକାରୀ ସୂତ୍ରରୁ ଶନିବାର ଜଣାପଡ଼ିଛିି ଯେ ଡାଟା ଭଙ୍ଗ ମାମଲାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ ମଧ୍ୟ ସରକାରଙ୍କୁ ଉତ୍ତରଦାୟୀ କରିବ। ସୂତ୍ରରୁ ପ୍ରକାଶ ଯେ ଏହି ବିଲ କେବଳ ଡିଜିଟାଲ ତଥ୍ୟର ଦିଗକୁ ଅନ୍ତର୍ଭୁକ୍ତ କରିବ କାରଣ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏବଂ ଆଇଟି ଡିଜିଟାଲ ଏବଂ ସାଇବର ସ୍ପେସ ସହିତ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ପାଇଛି। ଏହି ବିଲ ମୁଖ୍ୟତଃ ସଂସ୍ଥାଗୁଡ଼ିକୁ ଡାଟା ମନିଟାଇଜ କରୁଥିବା ପାଇଁ ଉତ୍ତରଦାୟୀ କରିବା ଏବଂ ଡାଟା ଉଲ୍ଲଂଘନ ହେଲେ ସରକାର ମଧ୍ୟ ଏଥିରୁ ରକ୍ଷା ପାଇପାରିବେ ନାହିଁ।

ସଂସଦର ନିମ୍ନ ଗୃହରୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ପ୍ରତ୍ୟାହାରର ତିନି ମାସ ପରେ ଭାରତ ସରକାର ଶୁକ୍ରବାର ଏକ ନୂତନ ଡାଟା ଗୋପନୀୟତା ଆଇନ ପ୍ରସ୍ତାବ ଦେଇଛନ୍ତି, ଯାହା ଟେକ୍‌ ତଥା ସୋସିଆଲ ମିଡିଆ କମ୍ପାନୀଗୁଡିକ ଦେଶ ବାହାରକୁ ୟୁଜରଙ୍କ ତଥ୍ୟ ପଠାଇବାକୁ ଅନୁମତି ଦେବ। ପ୍ରସ୍ତାବିତ ନିୟମ ଅନୁଯାୟୀ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସମ୍ମତି ନେବା ବାଧ୍ୟତାମୂଳକ ହେବ। ଭାରତରେ ତଥ୍ୟର ଅପବ୍ୟବହାର କଲେ ଜରିମାନା ଳାଗୁ ହେବ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ନୂତନ ଡାଟା ସୁରକ୍ଷା ବିଲ, ୨୦୨୨ ର ପ୍ରସ୍ତାବରେ, ଯେଉଁମାନେ ଡକ୍ୟୁମେଣ୍ଟ, ସେବା, ପରିଚୟ ପ୍ରମାଣ କିମ୍ବା ଠିକଣା ଇତ୍ୟାଦି ଆବେଦନ କରିବା ସମୟରେ ଭୁଲ ତଥ୍ୟ ଦେଉଛନ୍ତି ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ବ୍ୟବସ୍ଥା କରାଯାଇଛି। ଏହା ସହିତ, ଯେଉଁମାନେ ତଥ୍ୟ ସଂଗ୍ରହ କରନ୍ତି ସେମାନଙ୍କ ପାଇଁ ଦଶଟି ଦାୟିତ୍ୱ ମଧ୍ୟ ସ୍ଥିର କରାଯାଇଛି । ସେହିପରି ଆଇନର ଅନୁପାଳନ ଏବଂ ଅଭିଯୋଗର ସମାଧାନ ପାଇଁ ଡାଟା ସୁରକ୍ଷା ବୋର୍ଡ ଗଠନ ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri