ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି, ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଏପରିକି ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ପର୍ବପର୍ବାଣି ମଧ୍ୟ ସଠିକ ରହିବ। ଏନେଇ ୫ଜଣ ପ୍ରକାଶକଙ୍କୁ ନିର୍ଭୁଲ ତଥ୍ୟ ପଞ୍ଜିକା ଏବଂ କ୍ୟାଲେଣ୍ଡର ପ୍ରକାଶନ କରିବାକୁ କୁହାଯାଇଛି।
ମହାବିଷୁବ ସଂକ୍ରାନ୍ତିଠାରୁ ୨୦୨୭ ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ପାଞ୍ଜି ଏବଂ କ୍ୟାଲେଣ୍ଡରରେ ପ୍ରସ୍ତୁତ କରିବେ। ଏନେଇ କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀଙ୍କୁ ଅନୁମତି ଦିଅଯାଇଛି। ଅନ୍ୟପକ୍ଷେ ଯେଉଁ ପାଞ୍ଜିରେ ପ୍ରକାଶନ ସଂସ୍ଥା ଭୁଲ ଛାପିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି।