ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ

ମୁମ୍ବାଇ,୧୮।୬: ଅନିଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଏକ ଐତିହାସିକ ଚୁକ୍ତି ଜରିଆରେ ପୁଣି ଥରେ ଶେୟାର ବଜାରରେ ଚର୍ଚ୍ଚାରେ ରହିଛି। କମ୍ପାନୀର ସହାୟକ ସଂସ୍ଥା ରିଲାଏନ୍ସ ଏୟାରୋଷ୍ଟ୍ରକଚର ଲିମିଟେଡ ଫ୍ରାନ୍ସର ପ୍ରମୁଖ ଏୟାରୋସ୍ପେସ କମ୍ପାନୀ ଡାସଲ୍ଟ ଆଭିଏସନ୍(Dassault Aviation) ସହ ଭାରତରେ ଫାଲକନ ୨୦୦୦ ବିଜନେସ ଏକ୍ଜିକ୍ୟୁଟିଭ ଜେଟ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଡାସଲ୍ଟ ଏଭିଏସନ୍‌ ହେଉଛି ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା, ଏବଂ ଏହି ଭାଗୀଦାରୀ ଭାରତର ଏୟାରୋସ୍ପେସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂଚନା କରୁଛି।

ପ୍ୟାରିସ ଏୟାର ଶୋ’ରେ ଘୋଷଣା ହୋଇଥିବା ଏହି ଚୁକ୍ତି ଅନୁଯାୟୀ, ନାଗପୁରରେ ଫାଲକନ ୨୦୦୦ ଜେଟର ଉତ୍ପାଦନ କରାଯିବ। ଏହା ପ୍ରଥମ ଥର ପାଇଁ ଫ୍ରାନ୍ସ ବାହାରେ ଏହି ଅତ୍ୟାଧୁନି ବିଜନେସ ଜେଟର ନିର୍ମାଣ ହେବ। ୨୦୨୮ ସୁଦ୍ଧା ପ୍ରଥମ ଜେଟର ଡେଲିଭରୀ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ଜେଟଗୁଡ଼ିକ ବ୍ୟବସାୟିକ ଏବଂ ସାମରିକ ଉଭୟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ।

ଏହି ଘୋଷଣା ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର ଶେୟାର ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ଉତ୍ସାହ ଦେଖାଦେଇଛି। ଶେୟାର ବଜାରରେ ଏହି ଚୁକ୍ତିକୁ ବିନିଯୋଗକାରୀମାନେ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି, ଯାହା ଅନିଲ ଅମ୍ବାନୀଙ୍କ ବ୍ୟବସାୟିକ ରଣନୀତିରେ ଏକ ନୂଆ ସଫଳତାର ସଙ୍କେତ ଦେଉଛି।

ଏହି ଭାଗୀଦାରୀ ଭାରତର ଏୟାରୋସ୍ପେସ ଶିଳ୍ପକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା ସହିତ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ପୁଣି ଥରେ ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ନିଜର ଶକ୍ତିଶାଳୀ ଉପସ୍ଥିତି ପ୍ରମାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: ରାୟଗଡ଼ା ଜିଲାର ଲକ୍ଷ୍ମୀପୁର ବ୍ଲକର ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା କଡ଼ା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୋହନଙ୍କ ଟ୍ବିିଟ ପଛର ରହସ୍ୟ, ଜଣାପଡିଲା ଫାଇଲ୍‌ର ସତ!

ଭୁବନେଶ୍ୱର,୧୩।୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ହାତରେ ସେ ଏକ ଧଳା ଫାଇଲ୍‌ ଧରିଛନ୍ତି।...

ହାତୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭: ସମ୍ବଲପୁର ଜିଲା ରେଢ଼ାଖୋଲ ଫରେଷ୍ଟ ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ଆଜି ପ୍ରତ୍ୟୁଷରେ ଗୋଟିଏ...

FM କଲେଜ: ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ…

ବାଲେଶ୍ବର,୧୩।୭: ଫକୀର ମୋହନ ସୱୟଂଶାସିତ ମହାବିଦ୍ୟାଳୟ (FM କଲେଜ)ରେ ଜଣେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri