ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ,୨୭।୧: ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।