ପୁରୀ, ୧୩।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀଙ୍କ ବନକଲାଗି ନୀତି ସମ୍ପାଦନ ପାଇଁ ଗୁରୁବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ।
ଶ୍ରୀମନ୍ଦିର ପ୍ରଶାସନ (SJTA) ତରଫରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ଯେ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।
ଗୁରୁବାର, ତା ୧୩.୧୧.୨୦୨୫, ମାର୍ଗଶିର କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀଜିଉମାନଙ୍କର ବନକଲାଗି ନୀତି ସମ୍ପାଦିତ ହେବ। ଏହି ନୀତି ପାଇଁ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସର୍ବସାଧାରଣ ଦର୍ଶନକୁ ସାମୟିକ ଭାବେ ବନ୍ଦ କରାଯିବ।
SJTA ଭକ୍ତମାନଙ୍କୁ ଦର୍ଶନର ସମୟ ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦେଇଛି।