ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…

ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ।

ବୁଧବାର ପୂର୍ବାହ୍ନରେ ଏନକ୍ଲେଭର ହମାସ ନିୟନ୍ତ୍ରିତ ସରକାର ଏକ ବିବୃତ୍ତିରେ କହିଛନ୍ତି ଗାଜାର ସମସ୍ତ ମୌଳିକ ସେବା ବିଦ୍ୟୁତ ଉପରେ ନିର୍ଭର କରେ ଏବଂ ରାଫା ଫାଟକ ଦେଇ ଇନ୍ଧନ ଯୋଗାଣ ଅବରୋଧ ଯୋଗୁ ଜେନେରେଟ ଦ୍ୱାରା ଆବଶ୍ୟକ କାର୍ଯ୍ୟ କରିବା ସମ୍ଭବ ନୁହେଁ।

ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି (ୟୁଏନଆରଡବ୍ଲୁଏ) ଏହା ମଧ୍ୟ କହିଛି ଗାଜାରେ ଥିବା ଏହାର ୧୪ଟି ଖାଦ୍ୟ ବଣ୍ଟନ କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହୋଇଛି, ଯେଉଁ କାରଣରୁ ଅଢ଼େଇ ଲକ୍ଷ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ସହାୟତା ଯୋଗାଇବା ବନ୍ଦ ହୋଇ ଯାଇଛି।

୧୪୦ବର୍ଗ ମାଇଲ ଅଞ୍ଚଳରେ ପ୍ରାୟ ୨ ନିୟୁତ ଲୋକ ବାସ କରୁଥିବା ଗାଜା, ହମାସ ଦଖଲରେ ରହିବା ଦିନଠାରୁ ପ୍ରାୟ ୧୭ ବର୍ଷ ଧରି ପୃଥିବୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ବୋଲି ସିଏନଏନ ରିପୋର୍ଟ କରିଛି।

ଏହା ଇସ୍ରାଏଲ ଏବଂ ଇଜିପ୍ଟକୁ ଏହି ଅଞ୍ଚଳ ଉପରେ କଡ଼ା ଅବରୋଧ କରିବାକୁ ପ୍ରେରିତ କରିଛି, ଯାହା ଜାରି ରହିଛି। ଇସ୍ରାଏଲ ଗାଜାର ବାୟୁ ଏବଂ ନୌସେନା ଅବରୋଧ ମଧ୍ୟ ବଜାୟ ରଖିଛି। ଏନକ୍ଲେଭର ଜନସଂଖ୍ୟାର ଅଧାରୁ ଅଧିକ ଦାରିଦ୍ର୍ୟତା ମଧ୍ୟରେ ବାସ କରନ୍ତି। ପ୍ରାୟ ୮୦ ପ୍ରତିଶତ ଲୋକ ମାନବିକ ସହାୟତା ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri