ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ଓପିଏସସିରେ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷାରେ ୧୬ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ମା’ ଓ ବାପା ଏବଂ ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେବା ସହ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ତାଙ୍କୁ ଗାଇଡ଼ କରିଥିବା ଗୁରୁ ମାନଙ୍କୁ ସେ ଶ୍ରେୟ ଦେଇଛନ୍ତି।
ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ସେ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ ପରେ ଖଲ୍ଲିକୋଟ ଜୁନିୟର କଲେଜରେ ସଫଳତାର ଉତ୍ତୀର୍ଣ୍ଣ ହୋଈ ଭୁବନେଶ୍ୱର ସ୍ଥିତ ଓୟୁଏଟିରେ କଲେଜ ଅଫ୍ ଭେଟେରିନାରି ସାଇନ୍ସ ଏଣ୍ଡ ଆନିମାଲ୍ ହଜବ୍ୟାଣ୍ଡ୍ରିରେରେ ଅଧ୍ୟୟନ କରି ଡ଼ିଗ୍ରୀ ହାସଲ କରିଥଲେ। ସେ ଏବେ ଏହି ସଫଳତା ପାଇବା ପରେ ସରକାରଙ୍କ ଦ୍ବାରା ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଭାବେ ଦାୟିତ୍ଵ ତୁଲାଇବେ।
ପ୍ରକାଶଯେ ମାନସଙ୍କ ବାପା ଟୁଟୁ ବେହେରଦଳାଇ ପୋଲଟ୍ରି ପ୍ରସାରଣ ପରିଚାଳକ, ଜିଲ୍ଲା କାର୍ଯ୍ୟାଳୟ ବ୍ରହ୍ମପୁରରେ କାର୍ଯ୍ୟରତ ରହିଥିବା ବେଳେ ମା ଜଣେ ଗୃହଣୀ। ତାଙ୍କର ଏହି ସଫଳତା ପାଇଁ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଓ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟି ଥିବା ଜଣାପଡିଛି ବିଶେଷ କରି ସେ ଏବେ ଅଞ୍ଚଳର ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ରୋଡ଼ମଡେଲ ବୋଲି କୁହାଯାଉଛି ।