ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି। ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ଛି। ତେବେ ତୃତୀୟ ସନ୍ଧ୍ୟାରେ ଏହି ମହୋତ୍ସବରେ ୩ ଜଣ ଭାରତୀୟ ପୋଲିସ ସେବାର ଅଧିକାରୀ ଅତିଥିଭାବେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲେ କନ୍ଧମାଳର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ। ସେ ବାଲିଗୁଡାରେ ୨୦୨୫ ଜାନୁୟାରୀରେ କାର୍ଯ୍ୟରେ ଯୋଗଦେବା ପରେ ଗଞ୍ଜେଇ ଚୋରାଚାଲାଣ ରୋକିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ସାଇବର ଠକ ଓ ବଡ଼ବଡ଼ ଅପରାଧୀଙ୍କୁ ଧରିବାରେ ଓ ଅପରାଧ କମାଇବାରେ କାର୍ଯ୍ୟକରି ବହୁ ଚର୍ଚ୍ଚାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କର ବାଲିଗୁଡ଼ାରୁ ବଦଳି ହୋଇ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେବା ପରେ ଗଞ୍ଜେଇ ବ୍ୟବସାୟୀ ଓ ଏହି ଚାଷ ଓ ବ୍ୟବସାୟ କରୁଥିବା ଲୋକଙ୍କ ସମ୍ପତ୍ତିକୁ ଜବତ କରିବା ଆରମ୍ଭ କରି ଗଞ୍ଜେଇ ବ୍ୟବସାୟୀଙ୍କ ଭିତରେ ଭୟ ସୃଷ୍ଟି କରି ସେ ଚର୍ଚ୍ଚାରେ ରହିଛନ୍ତି।
ସେହି କ୍ରମରେ ଶୀତ ମହୋତ୍ସବ ସେ ଯୋଗଦାନ କରି ଉପସ୍ଥିତ ଲୋକଙ୍କୁ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ଅଧିକା ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହ ରାସାୟନିକ ଯୁକ୍ତ ଖାଦ୍ୟକୁ ବ୍ୟବହାର ନକରି ଜୈବିକ ଓ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଗଞ୍ଜେଇ ଚାଷ ଓ ବିକ୍ରି କରୁଥିବା ଲୋକଙ୍କୁ କହିଥିଲେ ଯେଉଁମାନେ ଏଥିରେ ସମ୍ପୃକ୍ତି ରହୁଛନ୍ତି ସେମାନଙ୍କୁ ସେ ସତର୍କ କରାୁଛି। ଏହି ବ୍ୟବସାୟ କରି ଅର୍ଥ ରୋଜଗାର କରି ଯଦି ଗାଡ଼ି, ମୋଟର କିଣିଛନ୍ତି, ଘର ନିର୍ମାଣ କରିଛନ୍ତି କିମ୍ବା ସୁନା ଅଳଙ୍କାର ସମେତ ସମ୍ପତ୍ତି ସୃଷ୍ଟି କରିଛନ୍ତି ତେବେ ତାକୁ ପୋଲିସ ବରଦାସ୍ତ କରିବ ନାହିଁ ବେଆଇନ ସମ୍ପତ୍ତିକୁ ଜବତ କରାଯିବ ବୋଲି ସତର୍କ କରାଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସାଦ । ଅତିଥିଙ୍କ ମଧ୍ୟରେ ଅନ୍ୟ ଅତିଥି ଆଇପିଏସ ବାଲିଗୁଡା ଶୁଭମ୍ ଭୋସଲେ, ପ୍ରୋବେଶନର ଆଇପିଏସ ଶ୍ରୀନିବାସ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily