ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ ୭ ଡିଗ୍ରୀ ରୁ ୯ ଡିଗ୍ରୀ ମଧ୍ୟରେ ରହୁଛି।   ଏ ନେଇ ଆଭ୍ୟନ୍ତରୀଣ ଅଞ୍ଚଳରେ ତଥା ଜଙ୍ଗଲ, ପାହାଡ଼ ଘେରା ଗ୍ରାମଗଡିକରେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ପାଣିରେ ହାତ ଦେବା କଷ୍ଟ ହୋଇପଡୁଛି। କେମିତି ସକାଳ ହେଲେ ସୂର୍ଯ୍ୟ  ଉଦୟ ହେବ ଟିକେ ଖରାପଡ଼ିବ ଲୋକେ  ଚାହିଁ ରହୁଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଲୋକ ଖରା ଓ ନିଆଁର ସାହାରାକୁ ଗୁରୁତ୍ୱ ଦେଉଛନ୍ତି।
ସେହିପରି ଶୀତକୁ ଅଧିକା ପସନ୍ଦ କରୁଛନ୍ତି ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ବଣ ଭୋଜି ସହ ବୁଲାବୁଲି ସହ ଦାରିଙ୍ଗବାଡିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛ।ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଦାରିଙ୍ଗବାଡି ହୋଇଥିବା ବେଳେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଛନ୍ତି। ପୁରୀ, ଗୋପାଳପୁର, କୋଣାର୍କକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରର ତଥ୍ୟ ସଂଗ୍ରହ କରି ଦାରିଙ୍ଗବାଡିକୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି ।
Dharitri – Odisha’s No.1 Odia Daily

Share