ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତ ୪ ଦିନରେ ୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ୧୫ ଡିଗ୍ରୀ ତାପମାତ୍ରାରୁ ଶୁକ୍ରବାର ସକାଳ ସୁଦ୍ଧା ୮. ୫ ଡିଗ୍ରୀରେ ପହଞ୍ଚିଛି। ଲଘୁଚାପର ପ୍ରଭାବ ରହିଥିଲେ ମଧ୍ୟ ଏବେ ଦିନରେ ପାଗ ଶୁଖିଲା ରହିଛି। ଗତ ୨ ଦିନ ହେଲା କୁହୁଡ଼ିର ପ୍ରଭାବ ମଧ୍ୟ କମିଛି। ଦିନରେ ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟ ସକାଳ ୮ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତି ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଭିଡ଼ ଜମାଉଛନ୍ତି। ସ୍ଥାନୀୟ ଲୋକ ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ହିଁ ଭରସା ବୋଲି ଲୋକମାନେ କୁହନ୍ତି। କାମଧନ୍ଦା ପାଇଁ ଘରୁ ୧୦ଟା ପରେ ହିଁ ଯିବାକୁ ହେଉଛି ବୋଲି ଶ୍ରମିକମାନେ କହିଛନ୍ତି।