ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨ କିମି ଦୂରତାରେ ରହିଛି। ଯାହାକି ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣି ଆଣୁଛି। ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକ ସୀମା ରାଣିପାଙ୍ଗା ପଞ୍ଚାୟତରେ ରହିଛି ଦାରାବାଡ଼ି ଜଳ ପ୍ରପାତ ଯେଉଁଠି ସୌନ୍ଦର୍ଯ୍ୟରେ ଭରପୂର ରହିଛି ପରିବେଶ। ପର୍ଯ୍ୟଟକ ବଣଭୋଜି କରି ମଜା ନେବା ସହ ବାରମ୍ବାର ସେଠାକୁ ଆସିବାକୁ ପସନ୍ଦ କରନ୍ତି। ଯେଉଁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସନ୍ତି ସେମାନେ ନିଶ୍ଚିତ ଏହି ଜଳପ୍ରପାତକୁ ବୁଲିବାକୁ ଯିବାକୁ ପସନ୍ଦ କରୁଥିବା ଜଣାପଡ଼ିଛି। ତେବେ ସେଠାରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ବେଳେ ସେଠାରେ ପହଞ୍ଚିବା ପାଇଁ ସଂଯୋଗୀକରଣ ରାସ୍ତାର ଉନ୍ନତି ସହ ପିଇବା ପାଣିର ବ୍ୟବସ୍ଥା, ଶୌଚାଳୟ ରହିଥିଲେ ସୁଦ୍ଧା ତାହା ଅଚଳ ବ୍ୟବସ୍ଥା ଯୋଗୁ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ୟାର ସମ୍ମୁଖୀନ ହେଉଥିବା ପର୍ଯ୍ୟଟକମାନେ ନିଜ ମତ ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ମୌଳିକ ସୁବିଧା ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା ରାସ୍ତା ସମ୍ପ୍ରସାରଣ, ଶୌଚାଳୟ, ସୌନ୍ଦର୍ଯ୍ୟକରଣ ଆଦି କରାଗଲେ ଆହୁରି ପର୍ଯ୍ୟଟକ ସେଠାକୁ ଯିବାକୁ ଅଧିକ ପସନ୍ଦ କରିବେ ବୋଲି ପର୍ଯ୍ୟଟକମାନେ କହିଛନ୍ତି।