ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨ କିମି ଦୂରତାରେ ରହିଛି। ଯାହାକି ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣି ଆଣୁଛି। ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକ ସୀମା ରାଣିପାଙ୍ଗା ପଞ୍ଚାୟତରେ ରହିଛି ଦାରାବାଡ଼ି ଜଳ ପ୍ରପାତ ଯେଉଁଠି ସୌନ୍ଦର୍ଯ୍ୟରେ ଭରପୂର ରହିଛି ପରିବେଶ। ପର୍ଯ୍ୟଟକ ବଣଭୋଜି କରି ମଜା ନେବା ସହ ବାରମ୍ବାର ସେଠାକୁ ଆସିବାକୁ ପସନ୍ଦ କରନ୍ତି। ଯେଉଁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସନ୍ତି ସେମାନେ ନିଶ୍ଚିତ ଏହି ଜଳପ୍ରପାତକୁ ବୁଲିବାକୁ ଯିବାକୁ ପସନ୍ଦ କରୁଥିବା ଜଣାପଡ଼ିଛି। ତେବେ ସେଠାରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ବେଳେ ସେଠାରେ ପହଞ୍ଚିବା ପାଇଁ ସଂଯୋଗୀକରଣ ରାସ୍ତାର ଉନ୍ନତି ସହ ପିଇବା ପାଣିର ବ୍ୟବସ୍ଥା, ଶୌଚାଳୟ ରହିଥିଲେ ସୁଦ୍ଧା ତାହା ଅଚଳ ବ୍ୟବସ୍ଥା ଯୋଗୁ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ୟାର ସମ୍ମୁଖୀନ ହେଉଥିବା ପର୍ଯ୍ୟଟକମାନେ ନିଜ ମତ ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ମୌଳିକ ସୁବିଧା ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା ରାସ୍ତା ସମ୍ପ୍ରସାରଣ, ଶୌଚାଳୟ, ସୌନ୍ଦର୍ଯ୍ୟକରଣ ଆଦି କରାଗଲେ ଆହୁରି ପର୍ଯ୍ୟଟକ ସେଠାକୁ ଯିବାକୁ ଅଧିକ ପସନ୍ଦ କରିବେ ବୋଲି ପର୍ଯ୍ୟଟକମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୪।୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି। ତାଙ୍କ ସହିତ ର…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ୪ ପ୍ରମୁଖ ସର୍ତ୍ତ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ରାତିରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଘୋଷଣା କରିଛନ୍ତି। ସେ ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ରେ ଏକ…

ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨:  ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର…

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri