ଦାରିଙ୍ଗବାଡି କଫିର ହେବ ଭାଗ୍ୟ ପରିବର୍ତ୍ତନ: ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ

ଦାରିଙ୍ଗବାଡି,୧୫।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ କଫି ଦେଇଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ସେହି କଫିର ଭବିଷ୍ୟତ ଦାରିଙ୍ଗବାଡିବାସୀଙ୍କୁ ନିରାଶ କରୁଛି। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦାରିଙ୍ଗବାଡି କଫିକୁ ବ୍ରାଣ୍ଡିଂ କରିପାରିଲେ ନାହିଁ। ସେଇ ପୁରୁଣା ଚିରାଚରିତ ଢଙ୍ଗରେ ଦାରିଙ୍ଗବାଡି କଫିକୁ ତୋଳା ଯାଇ ପ୍ରାଥମିକ ପ୍ରସ୍ତୁତି ପରେ କୋରାପୁଟ କଫି ହାତକୁ ଟେକି ଦିଆଯାଉଛି, ଯାହାକୁ କୋରାପୁର ତାର ବ୍ରାଣ୍ଡିଂରେ ବିକ୍ରି ବଟା କରି ରାଜ୍ୟ ତଥା ରାଜ୍ୟ ବାହାରେ ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରୁଛି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଜିଲାପ୍ରଶାସନ କାହିଁକି ଏଦିଗରେ ଗୁରୁତ୍ୱ ଦେଉନାହିଁ ।
ପ୍ରକାଶ ଯେ, କଫି ଚାଷକୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୭୦ ଦଶକରୁ ଆରମ୍ଭ କରାଯାଇଛି। କିନ୍ତୁ ପ୍ରକୃତ କେଉଁ ମସିହାରୁ ଏହା କରାଯାଇଛି, ତାହା ଜଣାପଡୁ ନ ଥିଲେ ମଧ୍ୟ ୪୫ ହେକ୍ଟର ଜମିରେ ଏହି କଫି ଚାଷ କରାଯାଇଥିବାବେଳେ ତାର ରକ୍ଷଣବେକ୍ଷଣ ଅଭାବ ଯୋଗୁ ଏବେ ମାତ୍ର ୨୫ ହେକ୍ଟର ଜମିରେ କଫି ଗଛ ବଞ୍ଚିଛି। କୁହାଯାଏ, କଫିକୁ ସୁରକ୍ଷା ବା ଛାଇ ଦେଉଥିବା ଆକାଶିଆ ଗଛ ଏବଂ ସିଲଭର ଓକ ଗଛ ଗତ ଫାଇଲିନ ଓ ହୁଡ଼ହୁଡ଼ ବାତ୍ୟାବେଳେ ଭାଙ୍ଗି ନଷ୍ଟ ହୋଇଯାଇଥିଲେ ମଧ୍ୟ ତା’ ସ୍ଥାନରେ ଆଜି ପର୍ଯ୍ୟନ୍ତ ସେହି ସୁରକ୍ଷା ଦେଉଥିବା ଗଛ ଲଗାଯାଇ ପାରିନାହିଁ। ସେହିପରି କଫି ଗଛ ଚାଷ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ତାର ରକ୍ଷଣବେକ୍ଷଣ କିମ୍ବା ଇତି ମଧ୍ୟରେ ଗଛଗୁଡିକ ଅର୍ଦ୍ଧଶତାୟୁ ହୋଇସାରିଥିଲେ ମଧ୍ୟ ତାକୁ ପୁନଃ ନୂତନ ଚାରା ରୋପଣରେ ଅବହେଳା କରାଯାଉଛି।
ପୂର୍ବରୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଘରୋଇ ଅନୁଷ୍ଠାନକୁ ଲିଜ୍‌ରେ ଦେଇ ଲକ୍ଷ ଲକ୍ଷ ଟଙ୍କା ଚଞ୍ଚକତା କରିଥିବା ଅଭିଯୋଗ ପରେ ଗୋଟିଏ ବର୍ଷ କୋରାପୁଟ କଫିକୁ ଲିଜରେ ଦିଆଯାଇଥିଲା। ଏବେ ୨ ବର୍ଷ ହେଲା ପୁଣି ବାଲିଗୁଡା ଆଇଟିଡିଏର ଟିଡ଼ିସିସି ଅଧୀନରେ କଫି ସଂଗ୍ରହ ଓ ପ୍ରାଥମିକ ପ୍ରସ୍ତୁତି ପରେ କୋରାପୁଟ କଫିକୁ ପ୍ରଦାନ କରାଯାଉଛି। କିନ୍ତୁ ଦାରିଙ୍ଗବାଡିରେ କଫିକୁ କାହିଁକି ପ୍ରସ୍ତୁତି କାରଣ କରି ଦାରିଙ୍ଗବାଡି ବ୍ରାଣ୍ଡିଂ ନାମରେ ବିକ୍ରି କରାଯାଉନାହିଁ ସେନେଇ ଦାରିଙ୍ଗବାଡି ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।

କଫି ବଗିଚାରେ ଗୋଲମରିଚ ଚାଷ ମଧ୍ୟ କରାଯାଉଛି। ହେଲେ ତାର ମଧ୍ୟ ରାକ୍ଷଣବେକ୍ଷଣ ଅଭାବ ଯୋଗୁ କଫି ବଗିଚା ଚାରିପଟେ ପାଚେରି ନ ଥିବାରୁ ପ୍ରତିବର୍ଷ ଲକ୍ଷାଧିଜ ଟଙ୍କାର କଫି ଓ ଗୋଲମରିଚ ଚୋରି ହୋଇଯାଉଛି। ବଜାରରେ ଅବାଧରେ ଦାରିଙ୍ଗବାଡି ଗୋଲମରିଚ ଓ କଫି ପାଉଡର ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ କଫି, ଗୋଲମରିଚ ସଂଗ୍ରହ କରୁଥିବା ଆଇଟିଡିଏ ର ଟିଡିସିସି ନୀରବରେ ସବୁ ଦେଖୁଛନ୍ତି। ତେବେ ଚଳିତ ସପ୍ତାହରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ବୁଧବାର ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦାରିଙ୍ଗବାଡି ଗସ୍ତରେ ଆସି କଫି ବଗିଚା ଓ ପ୍ରାଥମିକ ପ୍ରସ୍ତୁତି ୟୁନିଟକୁ ଯାଇ ପରିଦର୍ଶନ କରିବା ପରେ ଏହି କଫି ବଗିଚା ସମ୍ପର୍କରେ ଜାଣିବା ପରେ ହୁଏତ କଫି ବଗିଚାର ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି। ଏନେଇ ଆମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରତିକ୍ରିୟା ନେଇ ପଚାରୁଥିଲୁ ଯେ, ପୁରାତନ କଫି ଗଛକୁ ହଟାଯାଇ ନୂତନ କଫି ଗଛ କେବେ ରୋପଣ କରାଯିବ। ଏଥିରେ ସେ ଉତ୍ତର ଦେଇ କହିଥିଲେ ଯେ, ସେ ଏନେଇ ଏକ୍ସପର୍ଟଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri