ଭୋଟର ଦିବସରେ ପ୍ରଥମଥର ପୁରସ୍କୃତ ହେଲା ଦାରିଙ୍ଗବାଡ଼ି ବ୍ଲକ, ବିଡିଓ କହିଲେ…

ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ମତଦାନ ପାଇଁ ଆବଶ୍ୟକ ଭୋଟ୍‌ ପରିଚୟ ପତ୍ରର ସଂଶୋଧନ ଓ ଯୋଡ଼ିବା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। ଗାଁ ଗାଁରେ ବିଏଲଓ (ବୁଥ ଲେବଲ ଅଧିକାରୀଙ୍କୁ )ନିୟୋଜିତ କରାଯାଇଛି ସରକାରଙ୍କ ଗାଁ ଗାଁରେ ରହିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ଏହି କାର୍ଯ୍ୟକୁ ଅତି ସୂଚାରୁରୂପେ ସମ୍ପାଦନା କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡ଼ି ବ୍ଲକରେ ମଧ୍ୟ ଏହି କାର୍ଯ୍ୟକୁ ଅତି ସୂଚାରୁରୂପେ ସମ୍ପାଦନା କରାଯାଇଥିବା ଜଣାଯାଇଛି। ରବିବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜାତୀୟ ଭୋଟର ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ ) ପ୍ରୀତିରଞ୍ଜନ ରଥଙ୍କୁ ଜିଲା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେ ଏହି ନିର୍ବାଚନ ମଣ୍ଡଳୀରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି।

ସେହିପରି ଉକ୍ତ ବ୍ଲକର ଶ୍ରେଷ୍ଠ ବିଏଲ୍‌ଓ ପର୍ଯ୍ୟବେକ୍ଷକ ଭାବେ କିରିକୁଟି ସିଆରସିସି ରାକେଶ କୁମାର ସାହୁ ଏବଂ ଶ୍ରେଷ୍ଠ ବିଏଲ୍‌ଓ ଭାବେ ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତର ୧୭୫ ନଂ ବୁଥ୍‌ର ବିଏଲଓ ସଂଗ୍ରାମ ନାୟକଙ୍କୁ ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଛି। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ ଏବଂ ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ତଥା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧିତ କରିଛନ୍ତି। ଦାରିଙ୍ଗବାଡ଼ି ପ୍ରଶାସନର ଏହି ସଫଳତାକୁ ନେଇ ଚାରିଆଡ଼େ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଜାତୀୟ ଭୋଟର ଦିବସରେ ଦାରିଙ୍ଗବାଡ଼ି ବ୍ଲକ ପୁରସ୍କୃତ ହେବା ଏହା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily