ଦାରିଙ୍ଗବାଡିରେ ଅଭୁଲାସ୍ମୃତି ପଢ଼ି, ବଡିଓଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ ଭେଟିଛି, ଅତି ସୁନ୍ଦର ପରିବେଶ ମଧ୍ୟରେ ଲୋକ ବସବାସ କରନ୍ତି। ଦାରିଙ୍ଗବାଡି ବାସିନ୍ଦାଙ୍କ ସ୍ନେହ କେବେ ଭୁଲିପାରିବିନି। ପୁଣି ଦାରିଙ୍ଗବାଡି ଯିବି। ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି ନିଶ୍ଚିତ ଦାରିଙ୍ଗବାଡି ଯିବି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଦାରିଙ୍ଗବାଡି ବିଡିିଓ ଗଦାଧର ପାତ୍ରଙ୍କୁ କହିଛନ୍ତ।
ଏହି ଅବସରରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ନିଜ କଲମରୁ ଲେଖିଥିବା ଦାରିଙ୍ଗବାଡି ଅଭୁଲା ସ୍ମୃତି ବହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ବହି ଖୋଲି ଦେଖିବା ସହ ପଢିଥିଲେ। ଉକ୍ତ ବହିରେ ଦାରିଙ୍ଗବାଡିର ପ୍ରଥମ ଅନୁଭୂତି ସମେତ ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର, ଅପହଞ୍ଚ ଇଲାକାରେ ପାଦ, ଦିବ୍ୟ ଅନୁଭୂତି, ସ୍ମୃତି ଆଇନାରେ କୁମ୍ଭାରିପଦର ,ଯେଉଁଠି ୩ଥର ଭୁସ୍ଖଳନ ହୋଇଛି, ସେହିପରି ଦାରିଙ୍ଗବାଡି ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମତ୍ୟୁକୁ ନେଇ ଭିଟାମାଟିରେ ଶବ, ସ୍ମୃତିର ପଦଚିହ୍ନ, ପର୍ଯ୍ୟଟନସ୍ଥଳରେ ହଜିଲା ମନ, ଦୁର୍ଗମ କୁଟ୍ରୁକାରେ ଦିନଟିଏ, ନିଆରା ସଂସ୍କୃତି ଓ ପରମ୍ପରା ଓ ଅଞ୍ଚଳରେ ଲୋକଙ୍କ ସଂଘର୍ଷମୟ ଜୀବିକା ଜୀବନ ସମ୍ପର୍କରେ ଅତି ସୁନ୍ଦର ଭାବେ ଉକ୍ତ ବହିରେ ଲେଖକ ତଥା ସାହିତି୍ୟକ ତଥା ବିଡିଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଉକ୍ତ ବହିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଂଶସା କରିଛନ୍ତି।
ପ୍ରକାଶ ଯେ, ବିଡିଓ ପାତ୍ର ଗତ ତିନିବର୍ଷ ଧରି ଦାରିଙ୍ଗବାଡିରେ କାର୍ଯ୍ୟକାଳ ମଧ୍ୟରେ ବିକାଶର ଛାପ ଛାଡ଼ିଥିବା ବେଳେ ଦୁଇଦୁଇ ଥର ଦାରିଙ୍ଗବାଡିରେ ଶୀତ ମହୋତ୍ସବ କରି ଚର୍ଚ୍ଚାରେ ରହିଛନ୍ତି।
ସେହିପରି ପର୍ଯ୍ୟଟନକ୍ଷେତ୍ର ତଥା ତୀର୍ଥକ୍ଷେତ୍ର ଋଷିମାଳର ବିକାଶ ସହ ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ,  କିରିକୁଟି ଲଭର୍ସ ପଏଣ୍ଟ, ସୁଲେଇ ସରୁ ଭିୟୁ ପଏଣ୍ଟ, ପାଟାବାନ୍ଧା ଜଳପ୍ରପାତର ବିକାଶ କରି ସେ ଲୋକଙ୍କ ପ୍ରିୟପାତ୍ର ହେବା ସହ ରାଜ୍ୟସରକାରଙ୍କ ଜଣେ ଦକ୍ଷ ପ୍ରଶାସନ ଭାବେ ଦାରିଙ୍ଗବାଡିରେ କାର୍ଯ୍ୟ କରିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri