ବିପଦସଙ୍କୁଳ ପରିବହନ, ଦୁର୍ଘଟଣାକୁ ଆମନ୍ତ୍ରଣ

ରାଉରକେଲା ଅଫିସ୍‌,୧୨।୧: ବ୍ୟସ୍ତବହୁଳ ସ୍ମାର୍ଟସିଟି ରାଉରକେଲା। ଏଠାରେ ବିପଦସଙ୍କୁଳ ଭାବେ ପରିବହନ ଦେଖିବାକୁ ମିଳିଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି କୁହାଯାଉଛି। ଯାତାୟତ ସମୟରେ ଅସାବଧାନତା ହେଲେ ଜୀବନ ଯିବାର ଆଶଙ୍କା ରହିଛି। ଏହାର ପ୍ରମୁଖ କାରଣ ହେଉଛି ସହରରେ ବିପଦସଙ୍କୁଳ ଅବସ୍ଥାରେ ପରିବହନ ଓ ବେପରୁଆ ଗାଡ଼ିଚାଳନା। ସହରରେ ପ୍ରମୁଖ ରାସ୍ତା ଡେଲିମାର୍କେଟ, ବେଦବ୍ୟାସ ରୋଡ, ଉଦିତନଗର ଓ ସିଭିଲଟାଉନ୍‌ଶିପ ଅଞ୍ଚଳରେ ଏଭଳି ବିପଦସଙ୍କୁଳ ପରିବହନ ଦେଖିବାକୁ ମିଳିଛି। ଏହି ଭାରିଯାନଗୁଡ଼ିକ କେତେବେଳେ କ୍ଷମତା ଠାରୁ ଅଧିକ ପରିବହନ କରୁଛନ୍ତି ତ ଆଉ କେତେବେଳେ ଗାଡ଼ି ଚାଳକଙ୍କ ବେପାରୁଆ ମନୋଭାବ ଯୋଗୁ ସହରରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହେଉଛି। ଏନେଇ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗର ଅଣଦେଖା ମନୋଭାବ ଯୋଗୁ ଗାଡ଼ିଚାଳକମାନେ ନିୟମଙ୍କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଡେଲିମାର୍କେଟ ଅଞ୍ଚଳବାସୀ ମନୋଜ ଅଗ୍ରୱାଲ କହନ୍ତି, ଡେଲିମାର୍କେଟ ରିଙ୍ଗରୋଡ଼ରେ ଅନେକ ସମୟରେ ବିଭିନ୍ନ ଗାଡ଼ିରେ ଲୁହାରଡ଼ ବୋଝାଇ ହୋଇ ଯାତାୟତ କରେ। ଏହା ମାର୍କେଟ ଏରିଆ ହୋଇଥିବାରୁ ଭାରିଯାନଗୁଡ଼ିକ ଯାଉଥିବାରୁ ଯାତାୟତରେ ବହୁ ଅସୁବିଧା ହୋଇଥାଏ। ବାସନ୍ତୀ କଲୋନି ଅଞ୍ଚଳବାସୀ ଶୁସିଲ ବାରୁଆ କହିଥିଲେ, କଲୋନି ଭିତରେ ଏଭଳି ଅନେକ ଗାଡ଼ି ଯାତାୟତ କରୁଛି। ଯାହା ବିପଦ ସଙ୍କୁଳ ଅବସ୍ଥାରେ ବିଭିନ୍ନ ଲୁହାରଡ଼, ପାଇପ୍‌କୁ ବୋଝୋଇ ଯାଉଛନ୍ତି। ଦୈନଦିନ ଏହିଭଳି କଲୋନି ଭିତରେ ଗାଡ଼ି ଗୁଡ଼ିକ ଯାତାୟତ କରୁଥିବାବେଳେ କୌଣସି ମୁହୂର୍ତ୍ତରେ ବଡ଼ ଧରଣରେ ଦୁର୍ଘଟଣା ଘଟିପାରେ ବୋଲି କହିଥିଲେ। ଲୁହାରଡ଼ ଓ ପାଇପ୍‌ଗୁଡ଼ିକ ଗାଡ଼ି ବାହାରକୁ ପ୍ରାୟ ୮ ରୁ ୧୦ ଫୁଟ୍‌ ବିପଦପୂର୍ଣ୍ଣ ଭାବେ ବାହାରିକି ରହୁଛି। ଫଳରେ ଏହି ଗାଡ଼ି ପଛରେ ଯାତାୟତ କରୁଥିବା ବିଭିନ୍ନ ବାଇକ ଓ ସ୍କୁଟି ଚାଳକମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଏହିସବୁ ଭାରଯାନ ଗାଡ଼ିଗୁଡ଼ିକ ସହରର ମୁଖ୍ୟ ରାସ୍ତାଦେଇ ପ୍ରତିଦିନ ଯାତାୟତ କରୁଥିଲେ ମଧ୍ୟ ସ୍ଥାନୀୟ ପରିବହନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦେଖିବାକୁ ମିଳିଛି। ଏଥିସହ ଲୁହାରଡ଼ ଓ ଏଙ୍ଗଲଗୁଡ଼ିକ ନେଇ ଯାତାୟତ କରୁଥିବା ଭାରିଯାନ ଗାଡ଼ିଗୁଡ଼ିକ ପଛପଟେ କୌଣସି କର୍ମଚାରୀ ରହୁ ନ ଥିବାବେଳେ ଅନ୍ୟମାନଙ୍କ ପାଇଁ କୌଣସି ପ୍ରକାର ସତର୍କ ସୂଚନା, ସଙ୍କେତ ବା ନାଲି କପଡ଼ା ବାନ୍ଧୁ ନ ଥିବା ଦେଖିବାକୁ ମିଳୁଛି। ଏହିଭଳି ବହୁ ଗାଡ଼ି ଗୁଡ଼ିକ ସହରରେ ଭିତରେ ଥିବା ବିଭିନ୍ନ ଥାନା, ଟ୍ରାଫିକ ଛକରାସ୍ତାଦେଇ ଅତିକ୍ରମ କରୁଥିଲେ ମଧ୍ୟ ଛକମାନଙ୍କରେ ମୃତୟନ ହୋଇଥିବା ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡ଼ୁ ନାହିଁ। ବର୍ତ୍ତମାନ ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ସ୍ବରେଜ କାମ ପାଇଁ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଖୋଳାଯାଇ ପଡ଼ି ରହିଛି। ଏଭଳି ପରିସ୍ଥିତିରେ ଦୁଇଚକିଆ ଆରୋହୀମାନେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣାର ଶିକାର ହେବା ସହ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। ଇତିମଧ୍ୟରେ ମୋଟରଯାନ ନିୟମ କଡ଼ାକଡ଼ି ହୋଇଥିବାବେଳେ ଏଭଳି ପରିବହନ ଉପରେ କଣ ପାଇଁ କୌଣସି ନିୟମ ନାହିଁ ବୋଲି ବିଭିନ୍ନ ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏନେଇ ଆଞ୍ଚଳିକ ପରିବହନର ଏମ୍‌ଭିଆଇ ପର୍ଶୁରାମ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଏହିସବୁ ଭାରିଯାନ ଗାଡ଼ିକୁ ଯାଞ୍ଚ କରିବା ପାଇଁ ଆମ ପାଖରେ କର୍ମଚାରୀ ନାହାନ୍ତି। ମାତ୍ର ୨ ଜଣ କର୍ମଚାରୀ ଯଥାକ୍ରମେ ଅତିରିକ୍ତ ଆରଟିଓ ଓ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ପୋଲସ କର୍ମଚାରୀଙ୍କ ସହାୟତାରେ ଆମେ ସହରରେ ଯାଞ୍ଚ କରୁଛି। ଆମ ପାଖରେ କର୍ମଚାରୀ ଅଭାବରୁ ଏହିସବୁ ଗାଡ଼ିକୁ ସବୁଜାଗାରେ ଯାଞ୍ଚ କରି ହେଉନାହିଁ। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟିଦେବୁ। ଆସିଷ୍ଟାଣ୍ଡ କମାଣ୍ଡେ, ଟ୍ରାଫିକ ସେଲ ସମରେନ୍ଦ୍ର କୁମାର ନାୟକ କହିଥିଲେ, ବର୍ତ୍ତମାନ ସହରରେ ପରିବହନ ବିଭାଗ ଓ ଟ୍ରାଫିକ ମିଳିତ ସହଯୋଗରେ ସହରରେ ବିଭିନ୍ନ ସ୍ଥାନରେ ହେଲମେଣ୍ଟ, ସିଟ୍‌ବେଲଟ୍‌, ତ୍ରିପଲ ରାଇଡିଙ୍ଗ୍‌ ଭଳି ବିଭିନ୍ନ ଯାଞ୍ଚମାନ ଜାରି ରହିଛି। ସହର ଭିତରେ ବିଭିନ୍ନ ସମୟରେ ଭାରିଯାନ ଯାତାୟତ କରୁଥିବାବେଳେ ବିପଦ ସଙ୍କୁଳରେ ଯାତାୟତ କରୁଥିବା ଯାନ ଗୁଡ଼ିକୁ ଆମେ ମଝିରେ ମଝିରେ ଅଟକ ରଖି ଯାଞ୍ଚ କରୁଛି। ବେଆଇନ୍‌ ଭାବେ ଭାରିଯାନ ନେଉଥିବା ଗାଡ଼ିଗୁଡ଼ିକ ଠାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛୁ ବୋଲି ଶ୍ରୀନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri