ବିପଦସଙ୍କୁଳ ପରିବହନ, ଦୁର୍ଘଟଣାକୁ ଆମନ୍ତ୍ରଣ

ରାଉରକେଲା ଅଫିସ୍‌,୧୨।୧: ବ୍ୟସ୍ତବହୁଳ ସ୍ମାର୍ଟସିଟି ରାଉରକେଲା। ଏଠାରେ ବିପଦସଙ୍କୁଳ ଭାବେ ପରିବହନ ଦେଖିବାକୁ ମିଳିଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି କୁହାଯାଉଛି। ଯାତାୟତ ସମୟରେ ଅସାବଧାନତା ହେଲେ ଜୀବନ ଯିବାର ଆଶଙ୍କା ରହିଛି। ଏହାର ପ୍ରମୁଖ କାରଣ ହେଉଛି ସହରରେ ବିପଦସଙ୍କୁଳ ଅବସ୍ଥାରେ ପରିବହନ ଓ ବେପରୁଆ ଗାଡ଼ିଚାଳନା। ସହରରେ ପ୍ରମୁଖ ରାସ୍ତା ଡେଲିମାର୍କେଟ, ବେଦବ୍ୟାସ ରୋଡ, ଉଦିତନଗର ଓ ସିଭିଲଟାଉନ୍‌ଶିପ ଅଞ୍ଚଳରେ ଏଭଳି ବିପଦସଙ୍କୁଳ ପରିବହନ ଦେଖିବାକୁ ମିଳିଛି। ଏହି ଭାରିଯାନଗୁଡ଼ିକ କେତେବେଳେ କ୍ଷମତା ଠାରୁ ଅଧିକ ପରିବହନ କରୁଛନ୍ତି ତ ଆଉ କେତେବେଳେ ଗାଡ଼ି ଚାଳକଙ୍କ ବେପାରୁଆ ମନୋଭାବ ଯୋଗୁ ସହରରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହେଉଛି। ଏନେଇ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗର ଅଣଦେଖା ମନୋଭାବ ଯୋଗୁ ଗାଡ଼ିଚାଳକମାନେ ନିୟମଙ୍କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଡେଲିମାର୍କେଟ ଅଞ୍ଚଳବାସୀ ମନୋଜ ଅଗ୍ରୱାଲ କହନ୍ତି, ଡେଲିମାର୍କେଟ ରିଙ୍ଗରୋଡ଼ରେ ଅନେକ ସମୟରେ ବିଭିନ୍ନ ଗାଡ଼ିରେ ଲୁହାରଡ଼ ବୋଝାଇ ହୋଇ ଯାତାୟତ କରେ। ଏହା ମାର୍କେଟ ଏରିଆ ହୋଇଥିବାରୁ ଭାରିଯାନଗୁଡ଼ିକ ଯାଉଥିବାରୁ ଯାତାୟତରେ ବହୁ ଅସୁବିଧା ହୋଇଥାଏ। ବାସନ୍ତୀ କଲୋନି ଅଞ୍ଚଳବାସୀ ଶୁସିଲ ବାରୁଆ କହିଥିଲେ, କଲୋନି ଭିତରେ ଏଭଳି ଅନେକ ଗାଡ଼ି ଯାତାୟତ କରୁଛି। ଯାହା ବିପଦ ସଙ୍କୁଳ ଅବସ୍ଥାରେ ବିଭିନ୍ନ ଲୁହାରଡ଼, ପାଇପ୍‌କୁ ବୋଝୋଇ ଯାଉଛନ୍ତି। ଦୈନଦିନ ଏହିଭଳି କଲୋନି ଭିତରେ ଗାଡ଼ି ଗୁଡ଼ିକ ଯାତାୟତ କରୁଥିବାବେଳେ କୌଣସି ମୁହୂର୍ତ୍ତରେ ବଡ଼ ଧରଣରେ ଦୁର୍ଘଟଣା ଘଟିପାରେ ବୋଲି କହିଥିଲେ। ଲୁହାରଡ଼ ଓ ପାଇପ୍‌ଗୁଡ଼ିକ ଗାଡ଼ି ବାହାରକୁ ପ୍ରାୟ ୮ ରୁ ୧୦ ଫୁଟ୍‌ ବିପଦପୂର୍ଣ୍ଣ ଭାବେ ବାହାରିକି ରହୁଛି। ଫଳରେ ଏହି ଗାଡ଼ି ପଛରେ ଯାତାୟତ କରୁଥିବା ବିଭିନ୍ନ ବାଇକ ଓ ସ୍କୁଟି ଚାଳକମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଏହିସବୁ ଭାରଯାନ ଗାଡ଼ିଗୁଡ଼ିକ ସହରର ମୁଖ୍ୟ ରାସ୍ତାଦେଇ ପ୍ରତିଦିନ ଯାତାୟତ କରୁଥିଲେ ମଧ୍ୟ ସ୍ଥାନୀୟ ପରିବହନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦେଖିବାକୁ ମିଳିଛି। ଏଥିସହ ଲୁହାରଡ଼ ଓ ଏଙ୍ଗଲଗୁଡ଼ିକ ନେଇ ଯାତାୟତ କରୁଥିବା ଭାରିଯାନ ଗାଡ଼ିଗୁଡ଼ିକ ପଛପଟେ କୌଣସି କର୍ମଚାରୀ ରହୁ ନ ଥିବାବେଳେ ଅନ୍ୟମାନଙ୍କ ପାଇଁ କୌଣସି ପ୍ରକାର ସତର୍କ ସୂଚନା, ସଙ୍କେତ ବା ନାଲି କପଡ଼ା ବାନ୍ଧୁ ନ ଥିବା ଦେଖିବାକୁ ମିଳୁଛି। ଏହିଭଳି ବହୁ ଗାଡ଼ି ଗୁଡ଼ିକ ସହରରେ ଭିତରେ ଥିବା ବିଭିନ୍ନ ଥାନା, ଟ୍ରାଫିକ ଛକରାସ୍ତାଦେଇ ଅତିକ୍ରମ କରୁଥିଲେ ମଧ୍ୟ ଛକମାନଙ୍କରେ ମୃତୟନ ହୋଇଥିବା ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡ଼ୁ ନାହିଁ। ବର୍ତ୍ତମାନ ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ସ୍ବରେଜ କାମ ପାଇଁ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଖୋଳାଯାଇ ପଡ଼ି ରହିଛି। ଏଭଳି ପରିସ୍ଥିତିରେ ଦୁଇଚକିଆ ଆରୋହୀମାନେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣାର ଶିକାର ହେବା ସହ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। ଇତିମଧ୍ୟରେ ମୋଟରଯାନ ନିୟମ କଡ଼ାକଡ଼ି ହୋଇଥିବାବେଳେ ଏଭଳି ପରିବହନ ଉପରେ କଣ ପାଇଁ କୌଣସି ନିୟମ ନାହିଁ ବୋଲି ବିଭିନ୍ନ ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏନେଇ ଆଞ୍ଚଳିକ ପରିବହନର ଏମ୍‌ଭିଆଇ ପର୍ଶୁରାମ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଏହିସବୁ ଭାରିଯାନ ଗାଡ଼ିକୁ ଯାଞ୍ଚ କରିବା ପାଇଁ ଆମ ପାଖରେ କର୍ମଚାରୀ ନାହାନ୍ତି। ମାତ୍ର ୨ ଜଣ କର୍ମଚାରୀ ଯଥାକ୍ରମେ ଅତିରିକ୍ତ ଆରଟିଓ ଓ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ପୋଲସ କର୍ମଚାରୀଙ୍କ ସହାୟତାରେ ଆମେ ସହରରେ ଯାଞ୍ଚ କରୁଛି। ଆମ ପାଖରେ କର୍ମଚାରୀ ଅଭାବରୁ ଏହିସବୁ ଗାଡ଼ିକୁ ସବୁଜାଗାରେ ଯାଞ୍ଚ କରି ହେଉନାହିଁ। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟିଦେବୁ। ଆସିଷ୍ଟାଣ୍ଡ କମାଣ୍ଡେ, ଟ୍ରାଫିକ ସେଲ ସମରେନ୍ଦ୍ର କୁମାର ନାୟକ କହିଥିଲେ, ବର୍ତ୍ତମାନ ସହରରେ ପରିବହନ ବିଭାଗ ଓ ଟ୍ରାଫିକ ମିଳିତ ସହଯୋଗରେ ସହରରେ ବିଭିନ୍ନ ସ୍ଥାନରେ ହେଲମେଣ୍ଟ, ସିଟ୍‌ବେଲଟ୍‌, ତ୍ରିପଲ ରାଇଡିଙ୍ଗ୍‌ ଭଳି ବିଭିନ୍ନ ଯାଞ୍ଚମାନ ଜାରି ରହିଛି। ସହର ଭିତରେ ବିଭିନ୍ନ ସମୟରେ ଭାରିଯାନ ଯାତାୟତ କରୁଥିବାବେଳେ ବିପଦ ସଙ୍କୁଳରେ ଯାତାୟତ କରୁଥିବା ଯାନ ଗୁଡ଼ିକୁ ଆମେ ମଝିରେ ମଝିରେ ଅଟକ ରଖି ଯାଞ୍ଚ କରୁଛି। ବେଆଇନ୍‌ ଭାବେ ଭାରିଯାନ ନେଉଥିବା ଗାଡ଼ିଗୁଡ଼ିକ ଠାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛୁ ବୋଲି ଶ୍ରୀନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri