ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ

ମହାକାଳପଡ଼ା, ୨୧ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ପୁରାତନ ଜମ୍ବୁ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଦଦରା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଏହି ଘାଟ ଉପରେ ଜମ୍ବୁ ପଞ୍ଚାୟତର ୫ ହଜାର ଲୋକ ଦୈନିକ ପାର ହୋଇ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ହେଲେ ଏଠାରେ ୨ଟି ଘାଟ ଡଙ୍ଗାରେ ଲୋକେ ପାରି ହୋଇଥାନ୍ତି। ଏଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଦୈନିକ ଛୋଟ ଡଙ୍ଗାରେ ୧୦ଟି ବାଇକ୍‌, ମାଲ୍‌ ଓ ଲୋକମାନେ ଯାତାୟାତ କରିଥାନ୍ତି। ହେଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ କିଟ୍‌ ବା ଲାଇଫ ଜ୍ୟାକେଟ ନାହିଁ। ପ୍ରତିବର୍ଷ ଏହି ଘାଟରୁ ୫ ଲକ୍ଷ ୩୦ ହଜାର ଟଙ୍କାର ରାଜସ୍ବ ନିଲାମ ହେଉଛି। ନିର୍ଦ୍ଦିଷ୍ଟ ଜଣେ ଘାଟିଆକୁ ପଞ୍ଚାୟତ ପକ୍ଷରୁ ପରିଚାଳନା ଦାୟିତ୍ୱ ନିର୍ବାହ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଏହି ଫେରିଘାଟ ରାଜ୍ୟ ସରକାରଙ୍କ ନୂଆ ୨୦୦୪ ବୋଟ ରୁଲ ସଂଶୋଧନ ପଦ୍ଧତି କରାଯାଇଥିବାରୁ ଏଠାରେ ତାହା ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି। ନୂଆ ବୋଟ ରୁଲ ଅନୁସାରେ ଘାଟ ଡଙ୍ଗା ପଞ୍ଜୀକରଣ ପ୍ରମାଣପତ୍ର, ଘାଟିଆ ଚାଳକ ପ୍ରମାଣପତ୍ର, ବୋଟ ଧାରଣ କ୍ଷମତା ପ୍ରମାଣପତ୍ର, ଧାର୍ଯ୍ୟ ମାହାସୁଲ ପ୍ରମାଣପତ୍ର, ଲାଇଫ ଜ୍ୟାକେଟ, ପ୍ରାଥମିକ ଚିକିତ୍ସା କୀଟ, ସୂଚନା ଫଳକ ଭଳି ବ୍ୟବସ୍ଥା ନାହିଁ ବୋଲି କୁହାଯାଇଛି। ଅପରପକ୍ଷରେ ଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ନେଇ ଅଧିକ ଯାତ୍ରୀ ପାର ହେଉଛନ୍ତି। ଗୋବରୀ ନଦୀ ଶେଷ ଜମ୍ବୁ ଘାଟରେ ସାମୁଦ୍ରିକ ସ୍ରୋତ ଅଧିକ ରହୁଛି। ଫଳରେ ବର୍ଷା ଓ ଖରାଦିନେ ଅଧିକ ଢେଉ ସମ୍ଭାଳିବା ଅସମ୍ଭବ ହୋଇଥାଏ ବୋଲି ସ୍ଥାନୀୟ ଯାତ୍ରୀ କହିଛନ୍ତି। ଏ ସଂକ୍ରାନ୍ତରେ ଜମ୍ବୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲିକଙ୍କୁ ପଚାରିବାରେ ଚଳିତ ବର୍ଷ ନିଲାମ ୫ ଲକ୍ଷ ୩୫ ହଜାର ଟଙ୍କାରେ ହୋଇଛି। ୨ଟି ଡଙ୍ଗା ମଧ୍ୟରୁ ଗୋଟିଏ ଅଚଳ ଅବସ୍ଥାରେ ରହିଛି। ଗୋଟିଏ ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଲାଇଫ ଜ୍ୟାକେଟ ପାଇଁ ବିଡିଓଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି। ସେହିପରି ବ୍ଲକର ବାହାକୁଦ ମହାନଦୀ ଫେରିଘାଟ, ବତିଘର ଟୁବି ଫେରିଘାଟ, କାଂଶପାଳ ଘାଟ, ତେରଗଁା ଘାଟ, ଚଉମୁହାଣୀ ମହାନଦୀ ଘାଟରେ ଲାଇଫ ଜ୍ୟାକେଟ ଯାତ୍ରୀଙ୍କୁ ଦିଆଯାଉନାହିଁ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ୨ ଥର ସବୁ ଘାଟ ନିଲାମଧାରୀଙ୍କୁ ଲାଇଫ ଜ୍ୟାକେଟ ବ୍ୟବାହର କରିବେ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ହେଲେ ନିଲାମଧାରୀମାନେ ନୋଟିସର ୨ରୁ ୪ ଦିନ ଲାଇଫ ଜ୍ୟାକେଟ ବ୍ୟବାହର କରି ରଖି ଦେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri