ଗୋପାଳପୁର,୨୭ା୧୦(ନବୀନ ରାଜ ଆଚାରୀ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବଳ ଗୋଟାଇ ଭୀଷଣ ବାତ୍ୟା ରୂପ ଧାରଣ କରି ସ୍ଥଳଭାଗମୁହାଁ ହୋଇ ମାଡି ଆସୁଛି। ଏହାର ନାମ ‘ମୋନ୍ଥା’ ରହିଛି। ମଙ୍ଗଳବାର ସନ୍ଧ୍ୟା ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟର କାକିନାଡ଼ା ପାଖପାଖି ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି। ଏହାର ପ୍ରଭାବରେ ସୋମବାର ଗୋପାଳପୁର ଓ ଆଖପାଖ ଅଞ୍ଚଳ ସକାଳୁ ସକାଳୁ ପବନ, ବର୍ଷା ହେବା ସହ ଘଡ଼ଘଡ଼ି ଆରମ୍ଭ ହୋଇ କିଛି ସମୟ ପରେ ଛାଡ଼ିଯାଇଛି। ଏହା ପ୍ରକୋପରେ ଗୋପାଳପୁର ସମୁଦ୍ର ଧିରେ ଧିରେ ଅଶାନ୍ତ ହେବା ଉଗ୍ରରୂପ ଧାରଣ କରୁଛି। ଜିଲା ପ୍ରଶାସନ ପକ୍ଷରୁ ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ପର୍ଯଟକମାନଙ୍କୁ ବୁଲିବାକୁ ବାରଣ କରାଯାଇଛି। ଗୋପାଳପୁର ହୋଟେଲ ରହି ଥିବା ପର୍ଯଟକମାନଙ୍କୁ ବେଳାଭୂମିକୁ ବୁଲିବା ସହ ଗାଧୋଇବାକୁ ମନା କରାଯାଇଛି। ଗୋପାଳପୁର ବନ୍ଦରକୁ ଦୁଇ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷ୍ୟରୁ ପୂର୍ବରୁ ନିଜକୁ ପ୍ରସ୍ତୁତି ହେବା ଲାଇନ ବିଭାଗ ସଜାଗ ରହିଛି। ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ଏନ୍ଏସି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇ ସଜାଗ ରହିଛନ୍ତି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୯ ତାରିଖ ପର୍ଯନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ମଙ୍ଗଳବାର ପର୍ଯନ୍ତ ବନ୍ଦ କରାଯାଇଛି। ମଙ୍ଗଳବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବା ସମ୍ଭାବନା ରହିଛି।