ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ ଉର୍ଦ୍ଧ୍ଵ ଦଣ୍ଡୁଆ ଆହତ ହୋଇଭନ୍ତି । ବଡସହରା ପଞ୍ଚାୟତର ଦଣ୍ଡୁଆମାନେ ଆଜି ସକାଳୁ ଏକ ଅଟୋ ଗାଡ଼ିରେ ଦ୍ୱିତୀୟ ଅଯୋଧ୍ୟା ଫତେଗଡ ଶ୍ରୀରାମ ମନ୍ଦିରର ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରି ଫେରୁଥିବାବେଳେ ଅଟୋ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ । ଫଳରେ ଅଟୋ ଗାଡ଼ିଟି ଓଲଟି ପଡିଥିଲା।

ଆହତମାନଙ୍କୁ ତୁରନ୍ତ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତରମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଆହତ ଦଣ୍ଡୁଆମାନେ ହେଲେ ବଡସହରା ଗ୍ରାମର ଆଲୋକ ପ୍ରଧାନ, ପାଟଣାଜାମୁସାହୀର ଗୋପାଳ ବେହେରା, ବଡସହରା ଗ୍ରାମର ଯୋଗୀ ପଲେଇ, ବସନ୍ତ ନାୟକ, ଜାମୁସାହୀର ଫକୀର ବେହେରା, ପାଟଣାଜାମୁସାହିର ସନ୍ତୋଷ କୁମାର ବେହେରା, କାବୁଲି ସାହୁ। ଘଟଣାସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ ସହିତ ତଦନ୍ତ ଜାରି ରଖିଛନ୍ତି ।

 

Dharitri – Odisha’s No.1 Odia Daily