ଦର ବଢ଼ାଉଛି ‘ଦାନା’: କଳାବଜାର କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର/ଅନିଲ ଦାସ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ବାତ୍ୟା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ‘ଦାନା’ର ସର୍ବାଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ଦେଖିବାକୁ ମିଳିପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟା ଯୋଗୁ ଓଡ଼ିଶା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିଛି, ଯାହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ବାତ୍ୟା ଭୟରେ ଆଳୁ, ପିଆଜ ଭଳି ସାମଗ୍ରୀ ବଜାରରୁ ଉଭାନ ହୋଇଗଲାଣି। ଲୋକେ ବ୍ୟାଗ୍‌ ଧରି ବଜାରକୁ ଯିବାବେଳେ ଅନେକ ସାମଗ୍ରୀ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଆଉ କେତେକ ସାମଗ୍ରୀ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି।

ବାତ୍ୟା ଆସିବା ପୂର୍ବରୁ ଆଳୁ, ପିଆଜ, ତେଲ, ଡାଲି ଓ ପନିପରିବା ଦର ହୁହୁ ହୋଇ ବଢ଼ିଚାଲିଛି। ଏହି ସବୁ ସାମଗ୍ରୀ ଏବେ ବଜାରରେ ମିଳିବା କଷ୍ଟକର ହୋଇପଡ଼ିଲାଣି। ଗଣମାଧ୍ୟମରେ ବାତ୍ୟା ଖବର ଯେତିକି ଜୋର୍‌ରେ ପ୍ରସାରିତ ହେଉଛି, ସେହିକ୍ରମରେ ସାମଗ୍ରୀଗୁଡ଼ିକର କଳାବଜାର ଓ ଅଭାବ ଅନୁଭୂତ ହେଉଛି। ୨୪ ତାରିଖରେ ବାତ୍ୟା ଆସୁଛି ବୋଲି ଆକଳନ କରାଯିବା ଦିନଠାରୁ ହିଁ ସାମଗ୍ରୀଗୁଡ଼ିକର କୃତ୍ରିମ ଅଭାବ ଦେଖାଦେଇଛି। ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇସାରିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟାଭିଡ଼ିଛନ୍ତି। ହେଲେ ସୃଷ୍ଟି ହୋଇସାରିଥିବା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା ଏବେ ଖାଉଟିଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି। ଏ ନେଇ ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ସହ ସେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ଓ ଏହା ଉପରେ ଲଗାମ ଲଗାଇବା ନେଇ ଆଲୋଚନା କରିଛନ୍ତି। ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ପାଇଁ ମନ୍ତ୍ରୀ ବ୍ୟବସାୟୀ ସଂଘକୁ ପରାମର୍ଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ବ୍ୟବସାୟୀ ସଂଘକୁ ଅନୁରୋଧ କରିଛନ୍ତି। ଅନାବଶ୍ୟକ ଭାବେ ଆବଶ୍ୟକତାଠାରୁ ଅଧିକ ଦାମ୍‌ରେ ସାମଗ୍ରୀ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତି ଏବଂ କଳାବଜାର କରୁଥିବା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ବ୍ୟବସାୟୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ମନ୍ତ୍ରୀ କହିଛନ୍ତି, ଏହାକୁ ଦୂରକରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଉଭୟ ବ୍ୟବସାୟୀ ଏବଂ ଖାଉଟିମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ବିଭିନ୍ନ ଦାବି ପୂରଣ କରାଯିବ। ଏହାବ୍ୟତୀତ ସମ୍ଭାବ୍ୟ ବାତ୍ୟାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଖାଉଟିମାନଙ୍କ ବିଭିନ୍ନ ଅଭିଯୋଗକୁ ବିଚାରକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମଧୁସୂଦନ ବେହେରା, ନାଫେଡ୍‌ ଓଡ଼ିଶା ରାଜ୍ୟ ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପ ନିର୍ଦ୍ଦେଶକ ଦୀପକ ଶତପଥୀ, ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେଶନ)ରେ ପରିଣତ ହୋଇଥିବାବେଳେ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା(ଦାନା)ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ୨୪ ସକାଳ ସୁଦ୍ଧା ବଳ ଗୋଟାଇ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆହୁରି ଉଗ୍ରରୂପ ଧାରଣ କରିବ। ଏହାର ପ୍ରଭାବରେ ବୁଧବାର ସା କିମ୍ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅବପାତ ପାରାଦୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।
ବାତ୍ୟା ୨୪ ରାତି ଓ ୨୫ ସକାଳେ କେନ୍ଦ୍ରାପଡ଼ା କିମ୍ବା ଭଦ୍ରକ ଜିଲା ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଓ୍ବିଣ୍ଡ ଡଟ୍‌ କମ୍‌ ଓ ଅନ୍ୟ କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ ପୂର୍ବାନୁମାନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ପୁରୀ ଏବଂ ସାଗର ଦ୍ୱୀପ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ହେବ ବୋଲି ଆଳଳନ କରାଯାଇଛି। ବାତ୍ୟା ବେଳେ ବଡ଼ ବଡ଼ ଢେଉ ଉଠିବା ସହ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟାରେ କଚ୍ଚାଘର, ଗଛ ଭାଙ୍ଗିବା ସହ ଧାନ ଫସଲ ଓ ପନିପରିବା ଚାଷ ପ୍ରଭାବିତ ହେବା ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ବୁଧବାରଠାରୁ ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର. କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି।

୨୪ ତାରିଖରେ ମୟୂରଭଞ୍ଜ, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହାଛଡା ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି ଜିଲାର କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା ରହିଛି। ସେହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ୨୫ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେଓଗଡ଼ ଓ ସୁନ୍ଦରଗଡ଼ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତରଙ୍କ ଛୁଟିକୁ ସରକାର ବାତିଲ କରିବା ସହ ହସ୍ପିଟାଲଗୁଡ଼ିକରେ ଝାଡ଼ାବାନ୍ତି ଏବଂ ସାପକାମୁଡ଼ା ଔଷଧ ମହଜୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହି ୩ ଦିନ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଭାରତରେ ପ୍ରାୟ ୨୦୦ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri