ଦଳିତ ପରିବାର ଗାଁରୁ ବିତାଡିତ ଘଟଣା: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ଏମାନଙ୍କୁ ଗାଁରେ ପୁନଃଥଇଥାନ ସହ ୮ ଦଫା ଦାବି ନେଇ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି। ସେମାନେ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଓ ପୋଲିସ ପାଖରେ ବାରମ୍ବାର ଫେରାଦ ହେଲେ ବି ସେମାନଙ୍କୁ ଗାଁକୁ ଫେରାଇ ନେବାରେ ବିଫଳ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେହି ପୀଡିତ ଦଳିତ ପରିବାରମାନଙ୍କୁ ନ୍ୟାୟ ତଥା ଗାଁକୁ ଫେରାଇବାକୁ ଦାବିରେ ଗଞ୍ଜାମ ଜିଲା ଦଳିତ ମହାସଭା ଉଦ୍ୟମରେ ସମ୍ପୃକ୍ତ ପୀଡ଼ିତ ପରିବାରମାନେ ଅର୍ନିଦ୍ଦିଷ୍ଟ କାଳପାଇଁ ଗଣ ଧାରଣା ଆରମ୍ଭ କରିଛନ୍ତି। ଗତ ୨୦୦୦ରେ ଛୁଆଁଅଛୁଆଁ ଜାତିଗତ ଭେଦଭାବକୁ ନେଇ କିଛି ସବର୍ଣ୍ଣ ବ୍ୟକ୍ତିମାନଙ୍କ ଦ୍ବାରା ସାମାଜିକ ବାସନ୍ଦ କରାଯାଇଥିଲା। ତଥା ଗାଁ ଦାଣ୍ଡରେ ସର୍ବସାଧାରଣ ରାସ୍ତାରେ ଯିବା ଆସିବା ମନା, ମନ୍ଦିର ଓ ହୋଟେଲ ପ୍ରବେଶ କରିବା ମନା, ସ୍କୁଲରେ ପିଲାମାନଙ୍କୁ ପାଠପଢିବା ମନା, ପୋଖରୀରେ ଗାଧୋଇବା, ନଳକୂପରୁ ପାଣି ଆଣିବା ମନା, ଦୋକାନରୁ ସଉଦା ଆଣିବା ମନା କରାଯାଇଥିଲା ତାପରେ ବାଲିଛାଇ ଗ୍ରାମର କିଛି ଅସାମାଜିକ ସବର୍ଣ୍ଣ ବ୍ୟକ୍ତି ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଯଥା- ଠେଙ୍ଗା, ବାଡି, ଖଣ୍ଡାକାତି, ଜୁରାଢି, ବନ୍ଧୁକ, ପିସ୍ତଲ ଓ ବୋମା ହାତରେ ସେମାନଙ୍କୁ ଜୀବନରେ ମାରି ଶେଷ କରିଦେବାକୁ ଧମକ ଦେଇଥିଲେ। ଆମ୍ଭ ସାହିରେ ପଶି ୫୦ଟି ଅନସୂଚିତ ଜାତି ପରିବାରର ସମସ୍ତଙ୍କୁ ରକ୍ତାକ୍ତ କରି ମାରଣାତ୍ମକ ଆକ୍ରମଣ, ମହିଳା ଓ ଯୁବତୀମାନଙ୍କୁ ଟଣାଓଟରା ଓ ବଳକାର ଉଦ୍ୟମ, ଘରର ସମସ୍ତ ମୂଲ୍ୟବାନ ଜିନିଷ ସହିତ ଧାନ, ଚାଉଳ, ମୁଗ, ବିରି, କୋଳଥ, ମାଣ୍ଡିଆ, ଆସବାବ ପତ୍ର ଓ ବିହନ ସବୁ ଲୁଟି ନେଥିଲୋ। ବୋମା ପକାଇ ପକ୍ଟାଘର ସହିତ ସମସ୍ତ ବାସଗୃହ ସମ୍ପୁର୍ଣ ଭାଙ୍ଗିଦେଲେ ଏବଂ ଶେଷରେ ସମସ୍ତ ପରିବାରର ସଦସ୍ୟଙ୍କୁ ଗ୍ରାମରୁ ଜୋରଜବରଦସ୍ତ ବାହାର କରିଦେଲେ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri