ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ କରୁଛନ୍ତି । ଏହି ଲିଷ୍ଟରେ ଏବେ ଜଣେ ଭାରତୀୟ ସିଙ୍ଗରଙ୍କ ନାଁ ସାମିଲ ହୋଇଛି । ପ୍ରଥମ ଭାରତୀୟ ଗାୟକ ଭାବେ ଦଲେର ମେହନ୍ଦି ମେଟାଭର୍ସରେ ନିଜର ପ୍ରୋଗ୍ରାମ କରିଛନ୍ତି ।
ଦଲେର ମେହନ୍ଦି ତାଙ୍କ ପ୍ରଥମ ମେଟାଭର୍ସ କନସର୍ଟ ରିପବ୍ଲିକ ଡେ’ରେ ଅର୍ଗାନାଇଜ କରିଥିଲେ । ଏହାର ଘୋଷଣା ସେ ୧୭ ଜାନୁୟାରୀରେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କରିଥିଲେ । ସେତେବେଳେ ସେ ସୂଚନା ଦେଇଥିଲେ କି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ସେ ମେଟାଭର୍ସରେ ପରଫର୍ମ କରିବେ । ଏହାକୁ ନେଇ ସେ ପୋଷ୍ଟର ବି ଶେୟାର କରିଥିଲେ । ପୋଷ୍ଟରରେ ଦେଖାଯାଇଥିଲା କି ପରଫରମାନ୍ସ ପାର୍ଟି ନାଇଟ(Party Nite) ରେ ହେବ । Party Nite ହେଉଛି ଭାରତର ପ୍ରଥମ ମେଟାଭର୍ସ ସ୍ପେସ । ସୂଚନାଯୋଗ୍ୟ, ମେଟାଭର୍ସ Party Nite ଅନୁଯାୟୀ, Party Niteର ବ୍ଲକଚେନରେ ପାୱାର ହେଉଥିବା ଏକ ଡିଜିଟାଲ ପାରାଲାଲ ସ୍ପେସ । ଯେଉଁଠାରେ ଲୋକମାନେ ନିଜ ବନ୍ଧୁଙ୍କ ସହ କଷ୍ଟମାଇଜେବଲ ଅବତାରରେ ହ୍ୟାଙ୍ଗଆଉଟ କରିବା ବ୍ୟତୀତ ନୂଆ ଲୋକଙ୍କ ସହ ପରିଚିତ ହୋଇପାରନ୍ତି ଅବା ପାର୍ଟି କିମ୍ବା ଇଭେଣ୍ଟକୁ ଜଏନ କରିପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଦଲେର ମେହନ୍ଦି ମେଟାଭର୍ସରେ ନମୋ-ନମୋ, ଇଣ୍ଡିଆ-ଇଣ୍ଡିଆ ଓ ଜାଗୋ ଇଣ୍ଡିଆ ଭଳି ନିଜର ଏଭରଗ୍ରୀନ ହିଟସ୍‌ରେ ପରଫର୍ମ କରିଛନ୍ତି । ଏହାକୁ ନେଇ ଦଲେର ମେହନ୍ଦି କୁହନ୍ତି ସେ ନିଜକୁ ବଡ ଭାଗ୍ୟବାନ ବୋଲି ମନେକରୁଛନ୍ତି କାରଣ ସେ ଭାରତକୁ ରିପ୍ରେଜେଣ୍ଟ କରୁଛନ୍ତି । ସୂଚନାଯୋଗ୍ୟ, ମେଟାଭର୍ସ ଏକ ଭର୍ଚୁଆଲ ନେଟୱର୍କ ଯେଉଁଠି ଲୋକେ ପରସ୍ପରସହ ଇଣ୍ଟରଆକ୍ଟ କରିବାର ସୁଯୋଗ ପାଇଥାଆନ୍ତି । ଦଲେର ମେହନ୍ଦିଙ୍କ ପୂର୍ବରୁ ପପ ଆର୍ଟିଷ୍ଟ ତ୍ରାଭିସ ସ୍କଟ, ଜଷ୍ଟିନ ବିବର ମାର୍ଶେମିଲୋ ଓ ଅନ୍ୟକେତେଜଣ ସେମାନଙ୍କ ପ୍ରୋଗ୍ରାମ କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri