ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ

ଗମ୍ଭାରୀମୁଣ୍ଡା,୮ା୧(ଦିଲୀପ ସ୍ବାଇଁ): ସରକାର ବିଭିନ୍ନ ମନ୍ଦିର ଓ ମଠର ପୁନରୁଦ୍ଧାର କରିବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଖୋର୍ଦ୍ଧା ଜିଲା ବାଣପୁରରେ ଥିବା ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବର୍ଷାହେଲେ ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଛି। ଏପରିକି କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ମନ୍ଦିରର ମରାମତି ପାଇଁ ଦାବି ହେଉଛି।
ଅନୁଯାୟୀ, ଗଙ୍ଗବଂଶର ରାଜାମାନେ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମନ୍ଦିରର ଭାସ୍କର୍ଯ୍ୟ ବେଶ୍‌ ମନଛୁଅଁା। ମନ୍ଦିରରେ ନିର୍ମିତ ଅଷ୍ଟସଖୀ, ନାଗନାଗୁଣୀ, ଶାର୍ଦ୍ଦୂଳ, ଓଲଟ ଗଜ, ବରାଳ ସିଂହ, ଓଲଟ ସିଂହ, ଓଲଟ ଉଡ଼ା ସିଂହ, ଅଳସିକନ୍ୟାମାନଙ୍କର ନାଟ୍ୟରତ ଅଙ୍ଗରଙ୍ଗୀ ଆଦି ଆକୃଷ୍ଟ କରିଥାଏ। ସମଗ୍ର ପୂର୍ବ ଭାରତରେ ଏକମାତ୍ର ମନ୍ଦିର, ଯେଉଁଠାରେ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରକୁ ମା’ ଭଗବତୀଙ୍କ ପିତ୍ରାଳୟ ବୋଲି କୁହାଯାଇଥାଏ। ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପୂଜା ପାଇଥାନ୍ତି। ପ୍ରତ୍ୟହ ମଙ୍ଗଳବାର ପିତ୍ରାଳୟରୁ ମା’ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୋଇଥାଏ। ତେବେ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ନେଇଥିଲା। ମୁଖ୍ୟ ମନ୍ଦିର ଅଗ୍ରଭାଗରେ ଫାଟ ସୃଷ୍ଟି ହେଲାଣି। ମନ୍ଦିର ଗର୍ଭଗୃହରୁ ଇଟା ଓ ଚୂନ ଅତଡ଼ା ଖସୁଥିବା ବେଳେ ବର୍ଷା ପାଣି ମା’ଙ୍କ ଆସ୍ଥାନରେ ଜମିରହୁଛି। ତେଣୁ ବର୍ଷାଦିନେ ମା’ଙ୍କୁ ଗର୍ଭଗୃହରୁ ବିସ୍ଥାପନ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ମନ୍ଦିର ପରିସରରେ ଥିବା ଛୋଟ ବଡ଼ ମନ୍ଦିରଗୁଡିକର ବି ସମାନ ଅବସ୍ଥା। ତୁରନ୍ତ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଦକ୍ଷେଶ୍ୱର ଭଗବତୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କହିଛନ୍ତି, ବର୍ଷାପାଣିରେ ମନ୍ଦିର ଭର୍ତ୍ତିି ହୋଇଯାଉଛି। ମା’ଙ୍କ ଶୟନରେ ବାଧା ସୃଷ୍ଟି ହେଉଛି। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀର। ଥରେ ଭାଙ୍ଗିଲେ ଆଉ ତୋଳିହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri