Posted inଜାତୀୟ

ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ରହିଛି ଗ୍ରାଚ୍ୟୁଇଟି ଅଧିକାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ବେଙ୍ଗାଲୁରୁ,୧।୧ : ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ଗ୍ରାଚ୍ୟୁଇଟି ଅଧିକାର ରହିଛି । ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।ରେ ମଧ୍ୟ ଆସିଥିଲା। ଡେଲି ଓ୍ବେଜ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇବାକୁ ଯୋଗ୍ୟ ନୁହଁନ୍ତି କି ନାହିଁ ସେ ନେଇ କୋର୍ଟ କହିଛନ୍ତି ଗ୍ରାଚ୍ୟୁଇଟି ଆଇନ କର୍ମଚାରୀଙ୍କ ମଧ୍ୟରେ ଭେଦଭାବ କରେ ନାହିଁ।

ହାଇକୋର୍ଟଙ୍କ ଅନୁସାରେ, ପେମେଣ୍ଟ ଅଫ ଗ୍ରାଚ୍ୟୁଟି ଆକ୍ଟ ଜଣେ ନିୟମିତ କର୍ମଚାରୀ ଏବଂ ଡେଲି ଓ୍ବେଜ କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରଭେଦ କରେ ନାହିଁ। ଏହା ସହିତ ହାଇକୋର୍ଟ କର୍ନାଟକ ସରକାରଙ୍କୁ ଅବସରପ୍ରାପ୍ତ ଗ୍ରୁପ ଡି କର୍ମଚାରୀଙ୍କୁ ଦେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସଭାଗୌଡା ନାମକ ୭୫ ବର୍ଷ ବୟସ୍କ ବ୍ୟକ୍ତି ସରକାରଙ୍କ ଡେଲି ଓ୍ବେଜ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ।

କର୍ନାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନା ତାଙ୍କ ଆଦେଶରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ପୋଷ୍ଟ ଅଫିସ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ବନାମ ଗୁରୁସେବକ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟ ପାର୍ଟ ଟାଇମ କର୍ମଚାରୀ ଥିବା ଗ୍ରାମୀଣ ଡାକ ସେବକଙ୍କ ସପକ୍ଷରେ ଏହି ନିଷ୍ପତ୍ତି ନେଇଥିଲେ।

ବାସଭାଗୌଡା ୧୮ ନଭେମ୍ବର ୧୮୭୧ ରେ ଏକ ଗ୍ରୁପ-ଡି କର୍ମଚାରୀ ଭାବରେ ଏକ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେ। ସେ ୩୧ ମେ ୨୦୧୩ ରେ ଅବସର ନେଇଥିଲେ। କିନ୍ତୁ ତାଙ୍କୁ ଦିଆଯାଇଥିବା ଗ୍ରାଚ୍ୟୁଇଟିର ପରିମାଣ ୧ ଜାନୁଆରୀ ୧୯୯୦ ତାରିଖରୁ ଯୋଗ କରାଯାଇଥିଲା, ଯାହାକି ୧ ଲକ୍ଷ, ୯୨ ହଜାର ୭୦୦ ଟଙ୍କା ଥିଲା। ବକେୟା ରାଶି ପାଇଁ ସେ ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଶେଷରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଡେଲି ଓ୍ବେଜ ର୍କମଚାରୀଙ୍କର ଗ୍ରାଚ୍ୟୁଇଟି ପାଇବାର ଅଧିକାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri