ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ବିତୁଛି ଅଧିକାଂଶ ସମୟ। ଏହି ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର ଉପରେ କୁପ୍ରଭାବ ପକାଉଛି। ଏହାର ମୂଳ ହେଉଛି ମନ। ଏହାଦ୍ୱାରା ଆମର ଅନ୍ୟ ଦଶଗୋଟି ଇନ୍ଦ୍ରିୟ ପରିଚାଳିତ ହୋଇଥାଏ। ତେଣୁ ମନକୁ ଆୟତ୍ତ କରିବା ଦ୍ୱାରା କାମ, କ୍ରୋଧ, ଲୋଭ, ମୋହ ଆଦି ଷଡ଼ରିପୁରୁ ନିଜକୁ ଆୟତ୍ତ କରିବା ସମ୍ଭବ, ଯଦ୍ଦ୍ବାରା ମଣିଷକୁ କୁପ୍ରବୃତ୍ତିରୁ ମୁକ୍ତି ସହ ଶାନ୍ତି ମିଳିଥାଏ। ଈଶ୍ୱର ପ୍ରାପ୍ତି ହୁଏ। ଦୀର୍ଘାୟୁ ହେବାକୁ ଚାହୁଁଥିଲେ କେତୋଟି ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ଏଥିରେ କେତେକାଂଶରେ ସଫଳ ହୋଇପାରିବେ। ଆସନ୍ତୁ ସେ ବିଷୟରେ ଜାଣିବା।
ପ୍ରାତଃ ଶଯ୍ୟା ତ୍ୟାଗ ପରେ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ଓଁକାର ଜପ କରନ୍ତୁ। ହାତ ପାପୁଲି ଦ୍ୱୟକୁ ଦେଖି ତାହାକୁ ପରସ୍ପର ମଧ୍ୟରେ ଘର୍ଷଣ କରି ଉଷୁମ କରିବେ। ତା’ପରେ ସେହି ଉଷୁମ ପାପୁଲି ଦ୍ୱୟକୁ ମୁଖମଣ୍ଡଳ ଏବଂ ଗଳାରେ ଘଷିବେ। ଏହାଦ୍ୱାରା କେତେକ ଉପକାର ମିଳିଥାଏ। ଏପରି କଲେ ସ୍ନାୟୁ ଓ ଗ୍ରନ୍ଥିଗୁଡ଼ିକ ସତେଜ ହୋଇଥାଆନ୍ତି। ତା’ସହ ରକ୍ତ ସଞ୍ଚାଳନ ସକ୍ରିୟ ରହେ। ମୁଖ ମଣ୍ଡଳର କାନ୍ତି ବଢ଼େ।
ମୁହଁରେ ଉଜ୍ଜ୍ୱଳତା ଆଣିବା ପାଇଁ ଏକ ସହଜ ତଥା ସରଳ ଉପାୟ ରହିଛି। ସକାଳୁ ଉଠିବା ପରେ ଆଖିକୁ ଖୋଲାକରି ମୁହଁକୁ କିଛି ଥର ପାଣି ଛାଟନ୍ତୁ। ଅନ୍ୟପକ୍ଷରେ ନିଜର ଦୃଷ୍ଟିଶକ୍ତିକୁ ଆହୁରି ପ୍ରଖର କରିବା ପାଇଁ ସବୁଜ ପତ୍ରକୁ କିଛି ସମୟ ଚାହଁାନ୍ତୁ। ଏହାକୁ ଏକ ଅଭ୍ୟାସରେ ପରିଣତ କଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।
ନିଜକୁ ସୁସ୍ଥ ତଥା ଦୀର୍ଘାୟୁ ରଖିବା ପାଇଁ ଆଉ ଏକ ସରଳ ଉପାୟ ଆପଣଙ୍କ ନିକଟରେ ରହିଛି। ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ। ସକାଳୁ ଉଠିବା ପରେ ଖାଲି ପେଟରେ ଦୁଇ ଗ୍ଲାସ ପାଣି ପିଇବେ। ନିମ୍ବ, କରଞ୍ଜ, ଗବ, ବବୁଲ ବା ଶାଳ ଦାନ୍ତ କାଠିରେ ଦାନ୍ତ ଘଷନ୍ତୁ। ଏହାଦ୍ୱାରା ଦାନ୍ତମାଢ଼ି ସୁଦୃଢ଼ ହୁଏ। ଦାନ୍ତ ଦ୍ୱୟ ମଧ୍ୟରେ ଫାଙ୍କ ସୃଷ୍ଟି ହୁଏନାହିଁ। ଦାନ୍ତ ପୋକ ଲାଗିବା କିମ୍ବା ଦାନ୍ତ କ୍ଷୟରୁ ମଧ୍ୟ ରକ୍ଷା ମିଳିଥାଏ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ନିଜ ଜୀବନ ତାଲିକାରେ ସାମିଲ କରନ୍ତୁ। ଏହାର ମହତ୍ତ୍ୱ କେତେ ତାହା ଆପେ ଆପେ ଜାଣିପାରିବେ। ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ପ୍ରାତଃ ଭ୍ରମଣ କରନ୍ତୁ। ଏହି ଭ୍ରମଣ ସକାଳ ୬ଟାରୁ ୭.୩୦ ମିନିଟ୍‌ ଭିତରେ ହେଲେ ଭଲ। କାରଣ ସକାଳର କଅଁଳ ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ କଲେ ସେଥିରୁ ଅନେକ ଉପକାର ମିଳିଥାଏ। ଏହା ସହ ସ୍ନାନ ସମୟରେ କେତୋଟି କଥାକୁ ସାମିଲ କରନ୍ତୁ। ସ୍ନାନ ସମୟରେ ସୋରିଷ ତେଲ ପ୍ରଥମେ ନସ୍ୟ ନେବେ। ତା’ପରେ ଗୋଡ଼ର ବୃଦ୍ଧାଙ୍ଗୁଳି ନଖରେ ଲଗାଇ ପରେ ଦେହ, ଗୋଡ଼, ହାତରେ ଭଲ ଭାବେ ମାଲିସ କରିବେ। ପେଟରେ ଯଦି ନଡ଼ିଆ ତେଲ ମାଲିସ କରନ୍ତି ତେବେ ଏକ ଉପକାର ମିଳିଥାଏ। ଏହାଦ୍ୱାରା ବାତ ରୋଗ ହେବାର ଆଶଙ୍କା ଅନେକାଂଶରେ କମ୍‌ ରହିଥାଏ।
ସ୍ନାନ ଶେଷ ହେବା ପରେ ଈଶ୍ୱର ପୂଜନ ଏବଂ କିଛି ସମୟ ଧ୍ୟାନ କରିବା ଉଚିତ। ଏହାଦ୍ୱାରା ମାନସିକ ଶାନ୍ତି ମିଳେ ଏବଂ ଆତ୍ମବିଶ୍ୱାସ ବଢ଼େ।
ଆଉ ଏକ କଥା ହେଲା ପ୍ରାତଃ ଭୋଜନ (ବ୍ରେକ୍‌ଫାଷ୍ଟ)। ପ୍ରାତଃ ଭୋଜନ ସକାଳ ୮ଟାରୁ ୯.୩୦ ମିନିଟ୍‌ ମଧ୍ୟରେ ଶେଷ କରନ୍ତୁ। ଏହି ତାଲିକାରେ ହାଲୁକା ଜଳଖିଆ, ଇଡଲି ଚାରୋଟି, ଉପମା ଏକ ଗିନା, ରୋଟି ୨-୩ଟି, ସମ୍ବର, ଡାଲି, ସନ୍ତୁଳା, ସିଝା ତରକାରି ଖାଇଲେ ଭଲ। ତା’ସହ ସାଲାଡ୍‌, ତଟକା ଫଳମୂଳ ଖାଇବା ସହ ଏଥିରୁ ପ୍ରସ୍ତୁତ ଜୁସ୍‌ ପିଇପାରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପବାସ ନ କରିବା ଭଲ।
ମଧ୍ୟାହ୍ନ ଭୋଜନ ୧୨.୩୦ରୁ ୧.୩୦ ମଧ୍ୟରେ ଶେଷ କରନ୍ତୁ। ଏହି ତାଲିକାରେ ଅଳ୍ପ ଭାତ, ୨-୩ ପଟ ରୁଟି, ପନିପରିବାରେ ପ୍ରସ୍ତୁତ ତରକାରି, ସାଲାଡ, ଡାଲିପାଣି ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ଭଲ। ଏହି ସମୟରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବେ ନାହିଁ। ଗୋଟିଏ କଥା ନିଶ୍ଚୟ ମନେ ରଖିବେ। ଖାଦ୍ୟ ଖାଇବାର ଅଧ ଘଣ୍ଟାଏରୁ ଘଣ୍ଟାଏ ଭିତରେ ପାଣି ପିଅନ୍ତୁ। ଖାଇବା ସମୟରେ ପାକସ୍ଥଳୀର ଚାରି ଭାଗରୁ ଦୁଇ ଭାଗ ଖାଦ୍ୟ, ଏକ ଭାଗ ପାଣି ଏବଂ ଅବଶିଷ୍ଟ ଏକ ଭାଗ ଖାଲି ରଖିବେ।
ଉପରବେଳା କିମ୍ବା ସନ୍ଧ୍ୟାରେ ମୁଢ଼ି, ଚୁଡାଭଜା, ଅମୃତଭଣ୍ଡା, ପିଜୁଳି, ପାଚିଲା କଦଳୀ ଇତ୍ୟାଦି ମଧ୍ୟରୁ ଅଳ୍ପ ଖାଇବା ସହ ସର ବିନା କ୍ଷୀର ପିଇପାରିବେ।
ଖାଉଥିବା ଖାଦ୍ୟରେ ତେଲ, ଲୁଣ, ମିଠା ଓ ମସଲାର ମାତ୍ରା ଯେତେ କମ୍‌ ରହିବ ସେତେ ଭଲ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। କାରଣ ଏହା ପରୋକ୍ଷରେ ଅନେକ ରୋଗକୁ ଡାକିଆଣିଥାଏ। ଫାଷ୍ଟଫୁଡ୍‌ଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ଆମର ପାରମ୍ପରିକ ତଥା ଭାତ, ରୁଟି, ଡାଲି, ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି, ଭଜା, ସନ୍ତୁଳା ଆଦି ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ।
ରାତ୍ର ଭୋଜନ ପରେ ଅଳ୍ପ ସମୟ ଚାଲିବେ ତା’ପରେ ବିଶ୍ରାମ ନେବେ। ଖାଦ୍ୟ ପାକ କାଠ ଚୁଲିରେ ମାଟି, ଲୁହା ପାତ୍ରରେ କରିବେ। ଏହା ଶରୀର ପାଇଁ ହିତକର। ସବୁବେଳେ ସିଲଭର, ନନ୍‌ ଷ୍ଟିକ୍‌ ଜିନିଷରେ ରୋଷେଇ କଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ।
ରାତ୍ର ୯ଟାରୁ ୧୦ଟା ମଧ୍ୟରେ ରାତ୍ର ଭୋଜନ ଶେଷ କରନ୍ତୁ। ରାତିରେ ଯେତେ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ। ରୁଟି, ସନ୍ତୁଳା, ତରକାରି ଖାଇପାରିବେ। ଗୁରୁପାକ ଖାଦ୍ୟ, ଦହି ରାତିରେ ଖାଇବେ ନାହିଁ। ଖାଇବା ପରେ ଆମାଶୟ ନିକଟରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ହେତୁ ନିଦ ଆସିଯାଏ। ତେଣୁ ଖାଇବାର ଅଧ ଘଣ୍ଟାରୁ ଏକ ଘଣ୍ଟା ମଧ୍ୟରେ ଶୋଇବା ଉଚିତ। ଶୋଇବା ପୂର୍ବରୁ କହୁଣି ତଳକୁ ହାତର ଏବଂ ଆଣ୍ଠୁର ତଳକୁ ପାଦ ପର୍ଯ୍ୟନ୍ତ ପାଣିରେ ଧୋଇ ଦିଅନ୍ତୁ। ଶୋଇବାକୁ ଯିବା ସମୟରେ ବିଛଣା ଉପରେ ବସି ନିଜ ଦୈନିକ କର୍ମକୁ ଭଗବାନଙ୍କ ନିକଟରେ ସମର୍ପଣ କରି ମୁଣ୍ଡରୁ ଚିନ୍ତାଶୂନ୍ୟ କରି ଶୋଇବେ।
ପରିବେଶ ସ୍ଥିତି ଉପରେ ଜୀବଜଗତ ନିର୍ଭର କରେ। ତେଣୁ ଏହାକୁ ସନ୍ତୁଳିତ ରଖିବା ପାଇଁ ପର୍ଯ୍ୟାପ୍ତ ବୃକ୍ଷେରୋପଣ, ପ୍ରଦୂଷଣକୁ କମାଇବାକୁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ପ୍ରାକୃତିକ ପରିବେଶରେ ଜୀବନ ବିତାଇଲେ ମାନସିକ ଶାନ୍ତି, ଆନନ୍ଦ ମିଳେ। ତା’ସହ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼େ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri