ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ବିତୁଛି ଅଧିକାଂଶ ସମୟ। ଏହି ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର ଉପରେ କୁପ୍ରଭାବ ପକାଉଛି। ଏହାର ମୂଳ ହେଉଛି ମନ। ଏହାଦ୍ୱାରା ଆମର ଅନ୍ୟ ଦଶଗୋଟି ଇନ୍ଦ୍ରିୟ ପରିଚାଳିତ ହୋଇଥାଏ। ତେଣୁ ମନକୁ ଆୟତ୍ତ କରିବା ଦ୍ୱାରା କାମ, କ୍ରୋଧ, ଲୋଭ, ମୋହ ଆଦି ଷଡ଼ରିପୁରୁ ନିଜକୁ ଆୟତ୍ତ କରିବା ସମ୍ଭବ, ଯଦ୍ଦ୍ବାରା ମଣିଷକୁ କୁପ୍ରବୃତ୍ତିରୁ ମୁକ୍ତି ସହ ଶାନ୍ତି ମିଳିଥାଏ। ଈଶ୍ୱର ପ୍ରାପ୍ତି ହୁଏ। ଦୀର୍ଘାୟୁ ହେବାକୁ ଚାହୁଁଥିଲେ କେତୋଟି ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ଏଥିରେ କେତେକାଂଶରେ ସଫଳ ହୋଇପାରିବେ। ଆସନ୍ତୁ ସେ ବିଷୟରେ ଜାଣିବା।
ପ୍ରାତଃ ଶଯ୍ୟା ତ୍ୟାଗ ପରେ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ଓଁକାର ଜପ କରନ୍ତୁ। ହାତ ପାପୁଲି ଦ୍ୱୟକୁ ଦେଖି ତାହାକୁ ପରସ୍ପର ମଧ୍ୟରେ ଘର୍ଷଣ କରି ଉଷୁମ କରିବେ। ତା’ପରେ ସେହି ଉଷୁମ ପାପୁଲି ଦ୍ୱୟକୁ ମୁଖମଣ୍ଡଳ ଏବଂ ଗଳାରେ ଘଷିବେ। ଏହାଦ୍ୱାରା କେତେକ ଉପକାର ମିଳିଥାଏ। ଏପରି କଲେ ସ୍ନାୟୁ ଓ ଗ୍ରନ୍ଥିଗୁଡ଼ିକ ସତେଜ ହୋଇଥାଆନ୍ତି। ତା’ସହ ରକ୍ତ ସଞ୍ଚାଳନ ସକ୍ରିୟ ରହେ। ମୁଖ ମଣ୍ଡଳର କାନ୍ତି ବଢ଼େ।
ମୁହଁରେ ଉଜ୍ଜ୍ୱଳତା ଆଣିବା ପାଇଁ ଏକ ସହଜ ତଥା ସରଳ ଉପାୟ ରହିଛି। ସକାଳୁ ଉଠିବା ପରେ ଆଖିକୁ ଖୋଲାକରି ମୁହଁକୁ କିଛି ଥର ପାଣି ଛାଟନ୍ତୁ। ଅନ୍ୟପକ୍ଷରେ ନିଜର ଦୃଷ୍ଟିଶକ୍ତିକୁ ଆହୁରି ପ୍ରଖର କରିବା ପାଇଁ ସବୁଜ ପତ୍ରକୁ କିଛି ସମୟ ଚାହଁାନ୍ତୁ। ଏହାକୁ ଏକ ଅଭ୍ୟାସରେ ପରିଣତ କଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।
ନିଜକୁ ସୁସ୍ଥ ତଥା ଦୀର୍ଘାୟୁ ରଖିବା ପାଇଁ ଆଉ ଏକ ସରଳ ଉପାୟ ଆପଣଙ୍କ ନିକଟରେ ରହିଛି। ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ। ସକାଳୁ ଉଠିବା ପରେ ଖାଲି ପେଟରେ ଦୁଇ ଗ୍ଲାସ ପାଣି ପିଇବେ। ନିମ୍ବ, କରଞ୍ଜ, ଗବ, ବବୁଲ ବା ଶାଳ ଦାନ୍ତ କାଠିରେ ଦାନ୍ତ ଘଷନ୍ତୁ। ଏହାଦ୍ୱାରା ଦାନ୍ତମାଢ଼ି ସୁଦୃଢ଼ ହୁଏ। ଦାନ୍ତ ଦ୍ୱୟ ମଧ୍ୟରେ ଫାଙ୍କ ସୃଷ୍ଟି ହୁଏନାହିଁ। ଦାନ୍ତ ପୋକ ଲାଗିବା କିମ୍ବା ଦାନ୍ତ କ୍ଷୟରୁ ମଧ୍ୟ ରକ୍ଷା ମିଳିଥାଏ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ନିଜ ଜୀବନ ତାଲିକାରେ ସାମିଲ କରନ୍ତୁ। ଏହାର ମହତ୍ତ୍ୱ କେତେ ତାହା ଆପେ ଆପେ ଜାଣିପାରିବେ। ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ପ୍ରାତଃ ଭ୍ରମଣ କରନ୍ତୁ। ଏହି ଭ୍ରମଣ ସକାଳ ୬ଟାରୁ ୭.୩୦ ମିନିଟ୍‌ ଭିତରେ ହେଲେ ଭଲ। କାରଣ ସକାଳର କଅଁଳ ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ କଲେ ସେଥିରୁ ଅନେକ ଉପକାର ମିଳିଥାଏ। ଏହା ସହ ସ୍ନାନ ସମୟରେ କେତୋଟି କଥାକୁ ସାମିଲ କରନ୍ତୁ। ସ୍ନାନ ସମୟରେ ସୋରିଷ ତେଲ ପ୍ରଥମେ ନସ୍ୟ ନେବେ। ତା’ପରେ ଗୋଡ଼ର ବୃଦ୍ଧାଙ୍ଗୁଳି ନଖରେ ଲଗାଇ ପରେ ଦେହ, ଗୋଡ଼, ହାତରେ ଭଲ ଭାବେ ମାଲିସ କରିବେ। ପେଟରେ ଯଦି ନଡ଼ିଆ ତେଲ ମାଲିସ କରନ୍ତି ତେବେ ଏକ ଉପକାର ମିଳିଥାଏ। ଏହାଦ୍ୱାରା ବାତ ରୋଗ ହେବାର ଆଶଙ୍କା ଅନେକାଂଶରେ କମ୍‌ ରହିଥାଏ।
ସ୍ନାନ ଶେଷ ହେବା ପରେ ଈଶ୍ୱର ପୂଜନ ଏବଂ କିଛି ସମୟ ଧ୍ୟାନ କରିବା ଉଚିତ। ଏହାଦ୍ୱାରା ମାନସିକ ଶାନ୍ତି ମିଳେ ଏବଂ ଆତ୍ମବିଶ୍ୱାସ ବଢ଼େ।
ଆଉ ଏକ କଥା ହେଲା ପ୍ରାତଃ ଭୋଜନ (ବ୍ରେକ୍‌ଫାଷ୍ଟ)। ପ୍ରାତଃ ଭୋଜନ ସକାଳ ୮ଟାରୁ ୯.୩୦ ମିନିଟ୍‌ ମଧ୍ୟରେ ଶେଷ କରନ୍ତୁ। ଏହି ତାଲିକାରେ ହାଲୁକା ଜଳଖିଆ, ଇଡଲି ଚାରୋଟି, ଉପମା ଏକ ଗିନା, ରୋଟି ୨-୩ଟି, ସମ୍ବର, ଡାଲି, ସନ୍ତୁଳା, ସିଝା ତରକାରି ଖାଇଲେ ଭଲ। ତା’ସହ ସାଲାଡ୍‌, ତଟକା ଫଳମୂଳ ଖାଇବା ସହ ଏଥିରୁ ପ୍ରସ୍ତୁତ ଜୁସ୍‌ ପିଇପାରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପବାସ ନ କରିବା ଭଲ।
ମଧ୍ୟାହ୍ନ ଭୋଜନ ୧୨.୩୦ରୁ ୧.୩୦ ମଧ୍ୟରେ ଶେଷ କରନ୍ତୁ। ଏହି ତାଲିକାରେ ଅଳ୍ପ ଭାତ, ୨-୩ ପଟ ରୁଟି, ପନିପରିବାରେ ପ୍ରସ୍ତୁତ ତରକାରି, ସାଲାଡ, ଡାଲିପାଣି ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ଭଲ। ଏହି ସମୟରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବେ ନାହିଁ। ଗୋଟିଏ କଥା ନିଶ୍ଚୟ ମନେ ରଖିବେ। ଖାଦ୍ୟ ଖାଇବାର ଅଧ ଘଣ୍ଟାଏରୁ ଘଣ୍ଟାଏ ଭିତରେ ପାଣି ପିଅନ୍ତୁ। ଖାଇବା ସମୟରେ ପାକସ୍ଥଳୀର ଚାରି ଭାଗରୁ ଦୁଇ ଭାଗ ଖାଦ୍ୟ, ଏକ ଭାଗ ପାଣି ଏବଂ ଅବଶିଷ୍ଟ ଏକ ଭାଗ ଖାଲି ରଖିବେ।
ଉପରବେଳା କିମ୍ବା ସନ୍ଧ୍ୟାରେ ମୁଢ଼ି, ଚୁଡାଭଜା, ଅମୃତଭଣ୍ଡା, ପିଜୁଳି, ପାଚିଲା କଦଳୀ ଇତ୍ୟାଦି ମଧ୍ୟରୁ ଅଳ୍ପ ଖାଇବା ସହ ସର ବିନା କ୍ଷୀର ପିଇପାରିବେ।
ଖାଉଥିବା ଖାଦ୍ୟରେ ତେଲ, ଲୁଣ, ମିଠା ଓ ମସଲାର ମାତ୍ରା ଯେତେ କମ୍‌ ରହିବ ସେତେ ଭଲ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। କାରଣ ଏହା ପରୋକ୍ଷରେ ଅନେକ ରୋଗକୁ ଡାକିଆଣିଥାଏ। ଫାଷ୍ଟଫୁଡ୍‌ଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ଆମର ପାରମ୍ପରିକ ତଥା ଭାତ, ରୁଟି, ଡାଲି, ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି, ଭଜା, ସନ୍ତୁଳା ଆଦି ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ।
ରାତ୍ର ଭୋଜନ ପରେ ଅଳ୍ପ ସମୟ ଚାଲିବେ ତା’ପରେ ବିଶ୍ରାମ ନେବେ। ଖାଦ୍ୟ ପାକ କାଠ ଚୁଲିରେ ମାଟି, ଲୁହା ପାତ୍ରରେ କରିବେ। ଏହା ଶରୀର ପାଇଁ ହିତକର। ସବୁବେଳେ ସିଲଭର, ନନ୍‌ ଷ୍ଟିକ୍‌ ଜିନିଷରେ ରୋଷେଇ କଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ।
ରାତ୍ର ୯ଟାରୁ ୧୦ଟା ମଧ୍ୟରେ ରାତ୍ର ଭୋଜନ ଶେଷ କରନ୍ତୁ। ରାତିରେ ଯେତେ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ। ରୁଟି, ସନ୍ତୁଳା, ତରକାରି ଖାଇପାରିବେ। ଗୁରୁପାକ ଖାଦ୍ୟ, ଦହି ରାତିରେ ଖାଇବେ ନାହିଁ। ଖାଇବା ପରେ ଆମାଶୟ ନିକଟରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ହେତୁ ନିଦ ଆସିଯାଏ। ତେଣୁ ଖାଇବାର ଅଧ ଘଣ୍ଟାରୁ ଏକ ଘଣ୍ଟା ମଧ୍ୟରେ ଶୋଇବା ଉଚିତ। ଶୋଇବା ପୂର୍ବରୁ କହୁଣି ତଳକୁ ହାତର ଏବଂ ଆଣ୍ଠୁର ତଳକୁ ପାଦ ପର୍ଯ୍ୟନ୍ତ ପାଣିରେ ଧୋଇ ଦିଅନ୍ତୁ। ଶୋଇବାକୁ ଯିବା ସମୟରେ ବିଛଣା ଉପରେ ବସି ନିଜ ଦୈନିକ କର୍ମକୁ ଭଗବାନଙ୍କ ନିକଟରେ ସମର୍ପଣ କରି ମୁଣ୍ଡରୁ ଚିନ୍ତାଶୂନ୍ୟ କରି ଶୋଇବେ।
ପରିବେଶ ସ୍ଥିତି ଉପରେ ଜୀବଜଗତ ନିର୍ଭର କରେ। ତେଣୁ ଏହାକୁ ସନ୍ତୁଳିତ ରଖିବା ପାଇଁ ପର୍ଯ୍ୟାପ୍ତ ବୃକ୍ଷେରୋପଣ, ପ୍ରଦୂଷଣକୁ କମାଇବାକୁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ପ୍ରାକୃତିକ ପରିବେଶରେ ଜୀବନ ବିତାଇଲେ ମାନସିକ ଶାନ୍ତି, ଆନନ୍ଦ ମିଳେ। ତା’ସହ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼େ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri