ଟିକାଦାନ ସତ୍ତ୍ୱେ ଥମୁନି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୬୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୭ ହଜାର ୩୪୭ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୮୨ ହଜାର ୪୦୨ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୬୮ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୭୯ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୪ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୮୬୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୪୩ କୋଟି ୮୩ ଲକ୍ଷ ୨୨ ହଜାର ୭୪୨ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୩ ଲକ୍ଷ ୯୧ ହଜାର ୨୮୨ ଲୋକଙ୍କ ଟିକାଦାନ କରାଯାଇଛି। ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୫୮ ହଜାର ୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭ କୋଟି ୫୨ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଟିକାଦାନ ସତ୍ତ୍ୱେ ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା ନ ଥମିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri